୩ ମାଓବାଦୀ ଗିରଫସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଭଦ୍ରାଚଲମ ରେ ୩ ମାଓବାଦୀ ଗିରଫ, ବହୁ ବିସ୍ଫୋରକ ସାମଗ୍ରୀ ଜବତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ର ଭଦ୍ରାଚଲମ ବସ ଷ୍ଟାଣ୍ଡ ରେ ଆଜି ୩ଜଣ ମାଓବାଦୀ ମାଓ ସଙ୍ଗଠନକୁ ବିପୁଳ ବିସ୍ଫୋରକ ସାମଗ୍ରୀ ଯୋଗାଇବା ପାଇଁ ବସ କୁ ଅପେକ୍ଷା କରି ରହିଥିଲେ । ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଁଚି ପ୍ରଥମେ ଏହି ୩ଜଣ ମାଓବାଦୀ ଙ୍କୁ ପଚରା ଉଚରା କରିବା ସହ ଯାଞ୍ଚ କରିବା ବେଳେ ସେମାନଙ୍କ ନିକଟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଉକ୍ତ ୩ଜଣଙ୍କୁ ଗିରଫ କରି ବିସ୍ଫୋରକ ସାମଗ୍ରୀ କୁ ଜବତ କରିଥିଲେ । ପରେ ପଚରା ଉଚରା ବେଳେ ଏମାନେ ସମସ୍ତେ ମାଓବାଦୀ ବୋଲି ସ୍ୱୀକାର କରିଥିଲେ । ଗିରଫ ମାଓବାଦୀ ମାନେ ହେଲେ ଗୁଂଜି ବିଜୟ, ବୋନ୍ଥା ନବୀନ, ଭୁକିୟା ନବୀନ । ଗିରଫ ମାଓବାଦୀ ଙ୍କ ନିକଟରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ମଧ୍ୟରେ କଡେ଼କ୍ସ ତାର, ଜିଲେଟିନ, ଡିଟୋନେଟର, ମୋବାଇଲ ଫୋନ ଆଦି ରହିଥିବା ବେଳେ ଆଜି ଗିରଫ ମାଓବାଦୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.