ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ପକ୍ଷାନ୍ତରେ ଦୁଇ ଦିନ ଧରି ଫୁଲବାଣୀ କରୋନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବା ପାଇଁ ନିଷ୍ପତି ନିଆଯାଇଛି l ଏଥି ନିମନ୍ତେ ଜିଲ୍ଲପାଳ ଙ୍କ ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର ପାଟିଲଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ମସ୍ଥ୍ୟ ଉପ୍ତାଦନ, କୁକୁଡ଼ା ଚାଷ, ଅଣ୍ଡା ଉପ୍ତାଦନ ଏବଂ ଗୋପାଳନ ପ୍ରାଣୀ ସମ୍ପର୍କରେ ଅଧିକ ରୁ ଅଧିକ ଚାଷିଙ୍କୁ ଅନ୍ତର୍ଭୂକ୍ତ କରିବା, ଉପ୍ତାଦନ ବୃଦ୍ଧି କରିବା ପ୍ରଭୁତି ଦିଗରେ ଚାଷୀକୁ ସଚେତନ କରିବା ଆଦି ଏହି ମେଳା ର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସଞ୍ଜୀବ କୁମାର ପଟେଲ ସୂଚନା ଦେଇଥିଲେ l ମତ୍ସ୍ୟ ଓ ପ୍ରାଣୀ ସମ୍ପଦରେ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏବଂ ଇଛୁକଥିବା ପ୍ରାୟ ୭୦୦ ଜଣ ସମସ୍ତ ବ୍ଳକର ହିତାଧିକାରୀ ଏହି ମେଳାରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୮ ଜଣ ଚାଷିଙ୍କୁ ସମ୍ବର୍ଦ୍ଧନା କରିବା ର ବ୍ୟବସ୍ଥା ରହିଛି l ମେଳାରେ କୃଷି, ମତ୍ସ୍ୟ, ପ୍ରାଣୀ, ଉଦ୍ୟାନ ଶିଳ୍ପ ବିଭିନ୍ନ ବିଭାଗୀୟ ୨୫ ଟି ଷ୍ଟଲ, କଣ୍ଟ୍ରୋଲ ରୁମ୍ ରେଜିଷ୍ଟ୍ରେସନ କାଉଣ୍ଟର ଖୋଲିବା ସହ ବାୟୋ ଫଳକ ଟ୍ୟାଙ୍କ୍ କେଜ କଲ୍ଚର ଡେମୋ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଷ୍ଟଲ୍ ଆଦି ଖୋଲାଯିବାର ଯୋଜନା ରହିଛି ଏଥି ସହିତ ଏଲ ଇ ଡି ସ୍କ୍ରିନ ମାଧ୍ୟମରେ ସମସ୍ତ ଯୋଜନା ସଂକ୍ରାନ୍ତରେ ଉପସ୍ଥିତ ଚାଷିଙ୍କୁ ସୂଚନା ଦିଆଯିବ lମେଳାରେ ଉନ୍ନତ କିସମର ଗାଈ ଛେଳି କୁକୁଡ଼ା ପ୍ରଦର୍ଶନ କରାଯିବ l ଦୁଇ ଦିନ ଧରି ହେବାକୁ ଥିବା ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଶେଷଜ୍ଞ ଦ୍ୱାରା ଚାଷୀ ବୈଜ୍ଞାନିକ ଭାବ ବିନିମୟ ର କାର୍ଯ୍ୟକ୍ରମ ମଧ୍ଯ ରହିଛି l ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର ଙ୍କ ସମେତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ମେଳା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନାରେ ଭାଗ ନେଇଥିଲେ l

nis-ad
Leave A Reply

Your email address will not be published.