ଦାରିଙ୍ଗବାଡିରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୧୨/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଂଚଳରେ ସାଇବର ସୁରକ୍ଷା ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ରଥକୁ ଦାରିଙ୍ଗବାଡି ପୋଲିସ ସମେତ ଛାତ୍ରଛାତ୍ରୀ, ବ୍ଲକ ପ୍ରଶାସନ ଓ ଅଞ୍ଚଳବାସି ଭବ୍ୟ ସ୍ଵାଗତ କରିଥିଲେ। ଏହାପରେ ଚାରି ଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଏକ ସଚେତନ ଶୋଭାଯାତ୍ରା ହୋଇଥିବା ବେଳେ ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଡିଏସପି ହୃଷୀକେଶ ନାୟକ,ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର,ଫୁଲବାଣୀ ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା, ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ସାଇବର ଠକେଇରୁ କିଭଳି ସୁରକ୍ଷିତ ରହିବା ସେନେଇ ସଚେତନ କରିଥିଲେ। ଏଥି ସହିତ ସାଇବର ଠକେଇରୁ କିଭଳି ସୁରକ୍ଷିତ ରହିବ ସେନେଇ ଏକ ନାଟକ ମାଧ୍ୟମରେ ସଚେତନ କରା ଯାଇଥିଲା। ସାଇବର ଏକ୍ସପୋର୍ଟ ସୌମ୍ୟରଞ୍ଜନ ସାହୁ ମଧ୍ୟ ସାଇବର ସୁରକ୍ଷା ନେଇ ସଚେତନ କରିଥିଲେ । ଓଟିପି ଅନ୍ୟକୁ ନଦେବା, ଅଜଣା ନମ୍ୱରରୁ ଆସିଥିବା ଲିଙ୍କକୁ କ୍ଲିକ୍ ନକରିବା, ଏଟିଏମ ତଥ୍ୟ ଗୁପ୍ତ ରଖିବା, ଅଜଣା ନମ୍ୱରରୁ ଆସୁଥିବା ଭିଡିଓ କୁ ରିଶିଭ ନକରିବା, ନିଜ ଫେସବୁକ୍, ମେଲ୍ ଆଇଡିରେ ଷ୍ଟ୍ରଙ୍ଗ ପାସ ୱାର୍ଡ ଦେବା ଭଳି ଅନେକ ସାଇବର ସୁରକ୍ଷା ଟିପ୍ସ ଦେଇ ଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇଁ ସାଇବର ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ହୋଇଥିଲା। ପ୍ରଥମ ସ୍ଥାନରେ ରୋହନ ପ୍ରୀତି ସିଂ, ଦ୍ଵିତୀୟ ସ୍ଥାନରେ ବିଞ୍ଜାମିନି ପ୍ରଧାନ ଓ ତୃତୀୟ ସ୍ଥାନରେ ଅବଦୁଲ ମଲିକ କୃତିତ୍ୱ ହାସଲ କରିଥିବା ବେଳେ ଅତିଥି ମାନେ ପୁରସ୍କୃତ କରିଥିଲେ । ଆଇଟିଆଇ କଲେଜର ସରୋଜିନୀ ଦାସ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଏସଆଇ ଜୀତେନ୍ଦ୍ର ବେହେରା, ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ, ଅର୍ଜୁନ ଶବର, ଏସ ଶ୍ରୀନିବାସ ରାଓ ସହ ଶତାଧିକ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଯୋଗଦେଇଥିଲେ। ସେହି ପରି ବ୍ରାହ୍ମଣୀଗାଁ ଥାନା ସହଯୋଗରେ ଗତ କାଲି ବ୍ରାହ୍ମଣୀଗାଁ ହାଇସ୍କୁଲ,କଲେଜର ଛାତ୍ରଛାତ୍ରୀଙ୍କୁ ନେଇଁ ବ୍ରାହ୍ମଣୀଗାଁରେ ଓ ଗଦାପୁର ବଜାରରେ ସାଇବର ସଚେତନ କାର୍ଯ୍ୟକ୍ରମ କରା ଯାଇ ଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସୂଚନା ରହିଛି।

nis-ad
Leave A Reply

Your email address will not be published.