ଚିକିତ୍ସା ପଦ୍ଧତିରେ ସମ୍ପୃକ୍ତ ଅଧିକାରୀଗଣ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ଆହ୍ଵାନ

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ।କ୍ରମର ସମୀକ୍ଷା ଏବଂ ଆୟୁଷ୍ମାନ ଭାରତ ଅଧୀନରେ ବିଦ୍ୟାଳୟର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅ।ଭିମୁଖ୍ୟ ସମ୍ପର୍କରେ ଆଲୋଚନା
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଲୋକଙ୍କ ସ୍ୱାସ୍ଥ୍ୟ।ବସ୍ଥାର ସୁଧାର ସକାଶେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏହି ଜିଲ୍ଲାରେ ସଫଳତା ହାସଲ କରିଛି । ଏଣୁ ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରଶଂସା କରିଥିଲେ । ତତ ସହିତ ଗ୍ରହଣ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ହେବ ଏବଂ ସତପ୍ରତିଶତ ଲକ୍ଷ ଧାର୍ଯ୍ୟ ଯେପରି ପୂରଣ ହେବ ସେହି ଦିଗରେ ଯତ୍ନବାନ ହେବାକୁ କହିଥିଲେ । ଜିଲ୍ଲାପରିସଦସ୍ଥ ଋଷିକୁଲ୍ୟ। ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧକ୍ଷତାରେ ଆୟୁଷ୍ମାନ ଭ।ରତ ଅନ୍ତର୍ଗତ ରାଷ୍ଟ୍ରୀୟବାଲ ସ୍ୱାସ୍ଥ୍ୟ କଲ୍ଯାଣ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କଲ୍ଯାଣ କାର୍ଯ୍ୟକ୍ରମର ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ନିଜସ୍ଵ କାର୍ଯ୍ୟକ୍ରମ “ନିରୀକ୍ଷଣ”ର ସମୀକ୍ଷା କରି ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କର ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା କରାଯାଇ ସେମାନଙ୍କର ସ୍ବସ୍ଥାବସ୍ଥା ଯେମିତି ସଠିକ ରହିବ ସେଥି ସକାଶେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଶତକଡା ଶତପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ଯେମିତି ପୂରଣ ହେବ ସେହି ଦିଗରେ ସମସ୍ତଙ୍କର ଚେଷ୍ଟା ରହିବା ଜରୁରୀ । ଜିଲ୍ଲାରେ ନିରୀକ୍ଷଣ କାର୍ଯ୍ୟକ୍ରମରେ ଗତ ଅକ୍ଟୋବର ୨୦୨୧ ଠାରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ସମୁଦାୟ ୫୬୦୦୯ ମହିଳା ପଞ୍ଜୀକରଣ କରାଇଥିଲେ । ତନ୍ମଧ୍ୟରୁ ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନରେ ୧୧୧୯୮ ମହିଳା ଅନ୍ତର୍ଭୁକ୍ତ ଯାହାକି ପଞ୍ଜିକରଣର ଶତକଡା ୨୦ ପ୍ରତିଶତ। ୫୩୩୬ ମହିଳାଙ୍କ ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା ହୋଇଥିଲା ଏବଂ ୫୩୬ ଜଣ ହାଇ ରିସ୍କରେ ରହିଥିଲେ । ସମସ୍ତଙ୍କୁ ଉତ୍ତମ ଚିକିତ୍ସା କରଯାଇଥିଲା । ସେହି ଭଳି ଗତ ୨୦୨୨ ଅକ୍ଟୋବର ଠାରୁ ଗତ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୩୯୧୦ଜଣ ଗର୍ଭବତୀ ମହିଳା ପଞ୍ଜୀକରଣ କରିଥିଲେ । ତନ୍ମଧ୍ୟରୁ ୨୬୫୮୬ ଜଣ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନରେ ଅନ୍ତର୍ଭୁକ୍ତ ଥିଲେ । ଯାହା ଶତକଡା ୪୯.୩ ପ୍ରତିଶତ । ପଞ୍ଜିକରଣର ୨୦୦୨୪ ଜଣ ମହିଳାଙ୍କ ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା ହୋଇଥିଲା । ଯାହାକି ଶତକଡା ୭୫.୩ ପ୍ରତିଶତ ତନ୍ମଧ୍ୟରୁ ୩୧୦୬ ଗର୍ଭବତୀ ମହିଳା ହାଇରିସ୍କ ରେ ଥିଲେ । ସମସ୍ତ ହାଇରିସ୍କ ମହିଳାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥିବା ସମୀକ୍ଷାରୁ ଜଣାପଡିଥିଲା । ନିରୀକ୍ଷଣ ଯୋଜନାରେ ପ୍ରଦାନ କରାଯାଇଥିବା ଲାକ୍ଷଧାର୍ଜ୍ୟ ଚଳିତ ମାସ ଶେଷ ସୁଦ୍ଧା ଶତକଡା ଶତପ୍ରତିଶତ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରଦତ୍ତ ସାପ୍ତାହିକ ଲୌହସ।ର ବଟିକା ସେବନ କାର୍ଯ୍ୟ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଶତକଡା ଶତ ପ୍ରତିଶତ , ସେରଗଡ ବ୍ଲକ ଶତକଡା ୯୮ ପ୍ରତିଶତ ଏବଂ ଖାଲିକୋଟ ବ୍ଲକ ୯୪ ପ୍ରତିଶତ ଲାକ୍ଷାଧାର୍ଜ୍ୟ ପୂରଣ କରିଥିବା ଯୋଗୁଁ ସମ୍ପୃକ୍ତ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ପ୍ରଥମ ,ଦ୍ଵିତୀୟ, ତୃତୀୟ ପୁରସ୍କାର ପ୍ରଦାନ କରଯାଇଥିଲା । ଗ୍ରାମ କଲ୍ଯାଣ ସମିତିର ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ ଦିଗରେ ବେଲଗୁଣ୍ଠା ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ପ୍ରଥମ,ଜଗନ୍ନାଥ ପ୍ରସାଦ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଦ୍ଵିତୀୟ ଏବଂ ହିଞ୍ଜିଳୀକାଟୁ ଶିଶୁବିକାଶ ଯୋଜନା ଅଧିକାରୀଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରୀୟ ବାଲ ବିକାଶ ଯୋଜନାରେ ସ୍ୱାସ୍ଥ୍ୟ ପରିଚାଳନା ଦଳ (ଏମଏଚଟି)ଙ୍କୁ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ଏମଏଚଟି-କ କୁକୁଡାଖଣ୍ଡିଙ୍କୁ ବ୍ଲକକୁ ପ୍ରଥମ, ଏମଏଚଟି-କ ପୋଲସରା ବ୍ଲକ କୁ ଦ୍ଵିତୀୟ ଏବଂ ଏମଏଚଟି-କ ବାମୋକେଇ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଅଛି। ନିରୀକ୍ଷଣ କାର୍ଯ୍ୟକ୍ରମର ସୁପରିଚାଳନା ସକାଶେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚସି )ଭାଟକୁମରଡାଙ୍କୁ ପ୍ରଥମ, ସିଏଚସି ଆଡପଡାଙ୍କୁ ଦ୍ଵିତୀୟ ଏବଂ ସିଏଚସି ବେଲଗୁଣ୍ଠାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରଯାଇଥିଲା ।
ରାଷ୍ଟ୍ରୀୟ ବାଲ ବିକାଶ ଯୋଜନା ଅନ୍ତର୍ଗତ ନବଜାତ ଶିଶୁଙ୍କ ଜନ୍ମଗତ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯାଇ ଅସୁବିଧା ଜନିତ ଶିଶୁଙ୍କ ସଂଖ୍ୟା କମ ଥିବା ଜଣାପଡିଛି । ଅଙ୍ଗନୱ।ଡି କେନ୍ଦ୍ର ଓ ଅଣ ଆବାସିକ ବିଦ୍ୟାଳୟ ଗୁଡିକର ତଦାରଖ ନିମନ୍ତେ ପରିଦର୍ଶନ କରିବା ନେଇ ଆଲୋଚନା ଏବଂ ପିଲାମାନଙ୍କ ମାସିକ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ ଓ ଚିକିତ୍ସା ପୁଷ୍ଟିହୀନତା ଦୂରୀକରଣ ଯୋଜନା ଇତ୍ୟାଦି ସମ୍ପର୍କରେ ସମୀକ୍ଷା ହୋଇଥିଲା। ଓଡିଶା ରାଜ୍ୟର ନିଜସ୍ଵ ସ୍ଵତନ୍ତ୍ର ଅମ୍ଳାନ ଯୋଜନା, ଅନିମିଆ ମୁକ୍ତ କରିବା ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଆରୋଗ୍ଯ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ,ଲକ୍ଷ୍ୟ ଧାର୍ଯ୍ୟ ଇତ୍ୟାଦି ସମ୍ପର୍କିତ ସୁବିସ୍ତୃତ ସମୀକ୍ଷା ଓ ଆଲୋଚନା ହୋଇଥିଲା ।
ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ କରଜ୍ୟକରମର ଆଭିମୁଖ୍ଯ ସମ୍ପର୍କରେ ଅବଗତ କରାଇ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଆର.ଜଗଦୀଶ ପଟ୍ଟନାୟକ,ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଜ୍ୟ ପରାମର୍ଶ ଦାତା ଡ. ସୂର୍ଯ୍ୟ ପ୍ରକାଶ ଦାଶ ଆୟୁଷ୍ମାନ ଭାରତର ଆଭିମୁଖ୍ଯ ଓ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଯୋଜନା RCH ଶକ୍ତି କୁମାର ଦିଗାଲ ସମସ୍ତ ଅଲୋଚ୍ଯ ବିଷୟ ଉପସ୍ଥାପନ କରି ସମୀକ୍ଷା କରାଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆର.ଜଗଦୀଶ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତ ପଟ୍ଟନାୟକ ,ଜିଲ୍ଲା ଶିଶୁ ଓ ମହିଳା ବିକାଶ ଯୋଜନା ଅଧିକାରୀ ଅବିଦା ପରବୀନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ,ସମସ୍ତ ସମନ୍ଵିତ ଶିଶୁବିକାଶ ଯୋଜନା ଅଧିକାରୀ ,ବ୍ଲକ ଶିକ୍ଷା ଅଧିକାରୀ ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ। ।

nis-ad
Leave A Reply

Your email address will not be published.