କନ୍ଧ ଗୌଡ ସମାଜ ବିକାଶ ପରିଷଦର ସାଧାରଣ ବୈଠକ

ଫୁଲବାଣୀ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକର ଏକତାଳ ଠାରେ କନ୍ଧ ଗୌଡ ସମାଜ ବିକାଶ ପରିଷଦ ବୌଦ୍ଧର ଏକ ସାଧାରଣ ବୈଠକ ସଭାପତି ସୁରେଶନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶାର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜିବି ସତ୍ୟ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝି ଥିଲେ l ଅନ୍ୟତମ ଅତିଥି ଭାବେ ଓ ବି ସି ଜିଲ୍ଲା ସଭାପତି ରମେଶ ପ୍ରଧାନ ଯୋଗ ଦେଇ ଗଉଡ ମାନଙ୍କ ସମସ୍ୟା ସୁଧାରିବା ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବ ବୋଲି କହିଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ କନ୍ଧମାଳ ମିଡିଆ ଫୋରମର ସମ୍ପାଦକ ତଥା ଆଇନଜିବି ଆଦିତ୍ୟ ପ୍ରସାଦ ତ୍ରିପାଠୀ ଯୋଗଦେଇ ସବୁ ସମସ୍ୟା ସରକାର ଙ୍କ ନିକଟରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ତାହା ଖୁବ ଶୀଘ୍ର କରାଯିବ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଶାନ୍ତନୁ ପ୍ରଧାନ, ସମ୍ପାଦକ ପ୍ରଭାତ ପ୍ରଧାନ, କୋଷାଧ୍ଯକ୍ଷ କୁଞ୍ଜ ବଗର୍ତ୍ତୀ ଙ୍କ ସମେତ ରାଜୀବ ନାୟକ, ପ୍ରଦୀପ ବେହେରା, ରଞ୍ଜନ କହଁର, ପଞ୍ଚାନନ ପ୍ରଧାନ, ଅନାଦି ପ୍ରଧାନ, ପ୍ରଭାସିନି ବେହେରା, ରଜନୀ ପ୍ରଧାନ, ସାବିତ୍ରୀ ନାୟକ, ସସ୍ମିତା କହଁର, ରଶ୍ମୀତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅସୁବିଧା ଓ ସମସ୍ୟା କହିଥିଲେ l ପ୍ରାୟ ଶତାଧିକ ଗ୍ରାମବାସୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.