ମୋସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ୭ ଦଫା ଦାବିପତ୍ର ପ୍ରଦାନ

ଫୁଲବାଣୀ : ମୋ ସେବା କେନ୍ଦ୍ର ପରିଚାଳକ ସଂଘ ଫୁଲବାଣୀ ପକ୍ଷରୁ ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୭ ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଉଲ୍ଲେଖ ରହିଛି ଯେ କନ୍ଧମାଳ ଜିଲ୍ଲାର ରାଜ୍ୟ ସରକାରଙ୍କ ମଞ୍ଜୁର ପ୍ରାପ୍ତ ୧୨ ଗୋଟି ବ୍ଲକ ଅଧୀନ ସମସ୍ତ ଗ୍ରାମ ପଞ୍ଚାୟତର “ମୋ ସେବା କେନ୍ଦ୍ର” ପରିଚାଳକ (VLE) ଅଟୁ । ବିଗତ ୩ ବର୍ଷ ହେବ ରାଜ୍ୟ ସରକାରଙ୍କ ଜନହିତରେ ବିଭିନ୍ନ କାର୍ଯ୍ୟକୁ ସମ୍ପାଦନ ବିନା କୌଣସି ସରକାରୀ ଆର୍ଥିକ ସହାୟତରେ କରି ଆସୁଅଛୁ, ଯଥା ଘରଭଡ଼ା, ବିଦ୍ୟୁତ ବିଲ, ଇଣ୍ଟରନେଟ ଓ ଅଫିସ୍ ଷ୍ଟେସନାରୀ ଇତ୍ୟାଦି । ଆରମ୍ଭ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୁରଣ ହୋଇପାରି ନାହିଁ । ଏନେଇ ୭ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ଯଥା ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ, ସମସ୍ତ ଆସବାବପତ୍ର ସହ ପଞ୍ଚାୟତରେ ଗୃହ କିମ୍ଵା ପଞ୍ଚାୟତର ଯେକୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ (ଯଥା – ଟେବୁଲ, ଚେୟାର, ବିଦ୍ୟୁତ ବିଲ୍, ଇଣ୍ଟରନେଟ୍ ଇତ୍ୟାଦି ) ଯୋଗାଇ ଦିଆଯାଉ, ବର୍ତ୍ତମାନ ଆମେ ଜାଣିବାକୁ ପାଇଲୁ ଯେ, ରାଜ୍ୟ ସରକାର ନୂତନ ଭାବେ ସି ଏସ୍ ପି + ଖୋଲିବାକୁ ଯାଉଛନ୍ତି କିନ୍ତୁ ପଞ୍ଚାୟତରେ ସେବା ଯୋଗାଇଆସିଥିବା ମୋ ସେବା କେନ୍ଦ୍ର ବିଷୟରେ ଚିନ୍ତା ନ କରି ନୂତନ CSP + ଦେବାପାଇଁ ସରକାର ସ୍ଥିର କରିଛନ୍ତି । ଏହାଦ୍ଵାରା ବର୍ଷ ବର୍ଷ ଧରି ଖୋଲା ଯାଇଥିବା ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କ ଜୀବିକା ଉପରେ ଘୋର ଆଘାତ ସୃଷ୍ଟି ହେବ । ଏଣୁ ମୋ ସେବା କେନ୍ଦ୍ରକୁ ସି ଏସପି ପ୍ରଦାନ କରାଯାଉ, ସମସ୍ତ ସରକାରୀ ସେବା ଗୁଡିକ ପବ୍ଲିକ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ। ପବ୍ଲିଳ ରେ କରିବା ଦ୍ବାରା ବିଭିନ୍ନ ସମୟରେ ସାଧାରଣ ଲୋକମାନେ ଦଲାଲ ମାନଙ୍କ ଦ୍ବାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି, କିଛି ମାତ୍ରାରେ ପାରିଶ୍ରମିକ ଦିଆଯାଉ, ମୋ ସେବା କେନ୍ଦ୍ରରେ ଦିଆଯାଇଥିବା ସେବା ଗୁଡ଼ିକରେ ମୋ ସେବା କେନ୍ଦ୍ରର ନାମ ରହୁ ଏବଂ ଆଧାର ପଞ୍ଜୀକରଣ ଓ ସଂଶୋଧନ ସୁବିଧା ପ୍ରଦାନ କରାଯାଉ, ଏହା 5T ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ରାଜସ୍ଵ ବିଭାଗର ସମସ୍ତ Online କାର୍ଯ୍ୟ ତଥା ଜାତିଗତ/ବାସିନ୍ଦା/ ଆୟ ପ୍ରମାଣ ପତ୍ର ଆଦି ସମସ୍ତ ପ୍ରକାର ତିନି ବର୍ଷ ପୂର୍ବେ ଯେଉଁ e district ଜରିଆରେ ହେଇଆସୁ ଥୁଲା,ଠିକ ସେହିଭଳି ପୁଣି ଥରେ Odishone Portal ମଧ୍ଯରେ ଉପଲବ୍ଧ କରିବାରେ ପ୍ରାଧାନ୍ୟ ଦିଆଯାଉ ବୋଲି ସଂଘ ସଭାପତି ସୌମ୍ୟରଞ୍ଜନ ପ୍ରଧାନ ଦାବି କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦକ ବିଭୁତି ଭୂଷଣ କହଁର, କୋଷାଧ୍ଯକ୍ଷ ରାମ ବଳରାମ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ପରିଚାଳକର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.