ହିଞ୍ଜିଳିକାଟୁ ପୌରାଞ୍ଚଳର ୩ ୱାର୍ଡରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପର ଲୋକାର୍ପଣ…


ହିଞ୍ଜିଳିକାଟୁ (୯/୧୦): ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୫ଟି ସହରରେ ସୁଜଳ ପରିକଳ୍ପନାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳ ଯୋଗାଣର ଶୁଭାରମ୍ଭ କରିବା ସହ ୧୩ଟି ସହରରେ ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସୋମବାର ରାଜ୍ୟର ୧୮ଟି ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଥିଲେ । ଗତ ୨୦୨୨ ଡିସେମ୍ବର ୨୧ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସୋମବାର ପୌରାଞ୍ଚଳର ୱାର୍ଡ ନଂ ୭,୮ ଏବଂ ୯ ର ୬,୫୦୦ ବାସିନ୍ଦାଙ୍କ ନିମନ୍ତେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶୁଭ ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ୱାଟକୋ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ସୁନୀଲ କୁମାର ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ୩ ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶୁଭ ଲୋକାର୍ପିତ କରିବା ପରେ ସଂପୃକ୍ତ ୱାର୍ଡର ଅଧିବାସୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।ପରେ ଅତିଥିମାନେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ଶୁଦ୍ଧ ପାନୀୟ ଜଳ ସେବନ କରିଥିଲେ।କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, ପୌର ଓ ୱାଟକୋ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୭ ର ବାସିନ୍ଦା ଦୁର୍ଯ୍ୟୋଧନ ମହାରଣା ପାଇପ ସଂଯୋଗ ହୋଈଛି କିନ୍ତୁ ପାଣି ଆସୁନଥିବା ଓ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ରେ ଅଭିଯୋଗ ପରେ ମଧ୍ୟ ପାଣି ଆସୁନଥିବା ଅଭିଯୋଗ କରିଛନ୍ତିି।

nis-ad
Leave A Reply

Your email address will not be published.