ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯…

ଚେନ୍ନାଇ : ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ପୁଣି ଦେଖିବାକୁ ମିଳିଲା ଜ୍ରାଭୋ ଜଲୱା । ମ୍ୟାଚ୍ ଅଧାରେ ପୁଣିଥରେ ମୈଦାନକୁ ଏଣ୍ଟ୍ରି ମାରିଲେ ଜ୍ରାଭୋ ୬୯ । ସୁରକ୍ଷାବାହିନୀକୁ ଚକମା ଦେଇ ମ୍ୟାଚ୍ ଚାଲିଥିବା ବେଳେ ପଡିଆରେ ପଶିଥିଲେ ଜ୍ରାଭୋ । କିନ୍ତୁ ଖେଳାଳୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ନେଇଥିଲେ । ଜ୍ରାଭୋଙ୍କୁ ସୁରକ୍ଷାକର୍ମୀ ପଡିଆ ବାହାରକୁ ନେଉଥିବା ବେଳେ କୋହଲି ଆସି କିଛି କହୁଥିବାର ଦେଖିବାକୁ ମିଳିଥିଲା । ପରେ ରାହୁଲ ମଧ୍ୟ ପଡିଆରୁ ବାହାରିବାକୁ ଜ୍ରାଭୋଙ୍କୁ ଆଙ୍ଗୁଠି ଦେଖାଇ କହିଥିଲେ । ଏହା ପ୍ରଥମ ଥର ପାଇଁ ନୁହେଁ ଯେବେ ଭାରତ ମ୍ୟାଚ୍ ମଝିରେ ଜ୍ରାଭୋ ପଡିଆକୁ ଆସିଛନ୍ତି । ଏହାପୂର୍ବରୁ ଇଂଲଣ୍ଡରେ ମ୍ୟାଚ୍ ଚାଲିଥିବା ବେଳେ ଜ୍ରାଭୋଙ୍କୁ ଅନେକଥର ପଡିଆକୁ ଆସିଥିବାର ଦେଖିବାକୁ ମିଳିଥିଲା । ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଜ୍ରାଭୋଙ୍କ ଉପରେ ଆଜୀବନ ବ୍ୟାନ୍ ଲଗାଇଥିଲା ।ଜ୍ରାଭୋଙ୍କ ଅସଲି ନାମ ଡାନିଏଲ ଜାର୍ଭିସ । କିନ୍ତୁ କ୍ରିକେଟ ପଡିଆକୁ ସେ ୬୯ ନମ୍ବର ଥିବା ଜର୍ସି ପିନ୍ଧି ପଶିଥାନ୍ତି । ଯେଉଁଥିରେ ତାଙ୍କ ନାଁ ଜ୍ରାଭୋ ରହିଛି । ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଜ୍ରାଭୋ ଏଭଳି ପବ୍ଲିସିଟି ଷ୍ଟଣ୍ଟ କରିଥାନ୍ତି । ଯାହାକୁ ସୋସିଆଲ ମିଡ଼ିଆରେ ୟୁଜର୍ସ ବେଶ ପସନ୍ଦ କରନ୍ତି ।

nis-ad
Leave A Reply

Your email address will not be published.