ପୁଣି ସମୂହ ଛୁଟିରେ ଯିବାକୁ ଚରମ ବାଣୀ ଶୁଣାଇଲେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ…


ମାଲକାନଗିରି (୮/୧୦) : ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଶାଖାର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ମିଳିତ ଅମଲା ମଞ୍ଚର ଆବାହକ ଶ୍ରୀ ଶ୍ୟାମ ସୁନ୍ଦର ନାୟକଙ୍କ ଆହ୍ବାନ କ୍ରମେ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ବୈଠକରେ ମିଳିତ ଅମଲା ମଞ୍ଚର ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନଙ୍କ ସହିତ ଅମଲା ସଂଘର ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ଦାଶ, ରାଜସ୍ବ ଅମଲା ସଂଘର ସଭାପତି ଶ୍ରୀ ସି. ହେଚ.ପି.କ୍ରିଷ୍ଣା ରାଓ, ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ନାୟକ, ମିଳିତ ଅମଲା ମଞ୍ଚର କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପୃଷ୍ଟି, ମିଡିଆ ସେକ୍ରେଟାରୀ ଶ୍ରୀ ସୁକାନ୍ତ କୁମାର ସାହୁ ଓ ଶ୍ରୀ ସନ୍ତୋଷ କୁମାର ସେନାପତିଙ୍କ ସମେତ ଅମଲା ସଂଘ, ରାଜସ୍ୱ ଅମଲା ସଂଘ,ଟ୍ରେଜେରୀ ଅମଲା ସଂଘ ଓ ସବ୍ ରେଜିଷ୍ଟ୍ରାର ଅମଲା ସଂଘର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଅମଲା ଭାଇ ଓ ଭଉଣୀମାନେ ଏହି ସଭାରେ ଉପସ୍ଥିତ ଥିଲେ।

ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଏକ ମାତ୍ର ନ୍ୟାର୍ଯ୍ୟ ଦାବୀ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ମୂଳ ଦରମା ୯୩୦୦ ସହିତ ୪୨୦୦ ଗ୍ରେଡ ପେ ପ୍ରଦାନ ଓ ଲେଭେଲ -୯ ରେ ଦରମା ନିର୍ଦ୍ଧାରଣ କରିବା ପାଇଁ ଗତ ଜୁନ ମାସ ୧ ତାରିଖ ଠାରୁ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ଓଡିଶାର ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟରତ ୩୦,୦୦୦ ରୁ ଉର୍ଦ୍ଧ୍ବ ଅମଲା ଭାଇ ଓ ଭଉଣୀମାନେ ସମୂହ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଜାରି ରଖିଥିଲେ। ମାତ୍ର ଗତ ଜୁନ ମାସ ୧୭ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ତଥା ୫ଟି ସଚୀବ ଶ୍ରୀଯୁକ୍ତ ଭି . କେ . ପlଣ୍ଡିୟlନଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଅମଲା ମାନଙ୍କ ଦାବି ଏକ ଯୁକ୍ତିଯୁକ୍ତ ଦାବୀ ବୋଲି ଉପଲବ୍ଧି କରିବା ସହିତ ଏହି ଦାବୀ ଶୀଘ୍ର ପୂରଣ କରାଯିବ ବୋଲି ଘୋଷଣା କରିବାରୁ ତାଙ୍କ ଅନୁରୋଧ କ୍ରମେ ୧୭ ଦିନର ସମୂହ ଛୁଟିକୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ସ୍ତଗିତ ରଖା ଯାଇଥିଲା। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଇତି ମଧ୍ୟରେ ପ୍ରାୟ ୪ ମାସ ପୂରଣ ହେବାକୁ ଯାଉଛି ହେଲେ କମିଟି ଗଠନ କରି ସରକାର ବର୍ତ୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଦାବୀ ପୂରଣ ନିମନ୍ତେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ସେଥିପାଇଁ ଓଡିଶାର ୩୦ ଗୋଟି ଜିଲ୍ଳାରେ କାର୍ଯ୍ୟରତ ସମସ୍ତ ଅମଲା ଭାଇ ଓ ଭଉଣୀମାନେ ଆଜି ସନ୍ଦିହାନ ଯେ ସରକାର ବୋଧେ ଅମଲା ମାନଙ୍କ ଦାବୀ ପୂରଣ ନିମନ୍ତେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନାରାଜ ଅଟନ୍ତି । ତେଣୁ ସରକାରଂକ ପ୍ରତିଶୃତି ଆଜି ପ୍ରତାରଣାରେ ଓ ଆଶ୍ଵାସନା ଆଜି ପ୍ରବଞ୍ଚନlରେ ପରିଣତ ହୋଇଛି ଯାହା ପାଇଁ ଆଜି ଅମଲା ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଓ ସମସ୍ତେ ପ୍ରତିକ୍ରିୟାଶିଳ ହୋଇ ପଡିଛନ୍ତି ଓ ସ୍ତଗିତ ରହିଥିବା ସମୂହ ଛୁଟୀ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନକୁ ପୁର୍ନବାର ଚାଲୁ ରଖିବା ପାଇଁ ସମସ୍ତେ ମତ ପ୍ରକାଶ କରୁଛନ୍ତି । ତେଣୁ ଏ ବିଷୟରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବା ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଏହି ଜରୁରୀ ସାଧାରଣ ପରିଷଦ ବୈଠକ ଓ ସାମ୍ୱାଦିକ ସମ୍ମିଳନୀର ଅୟୋଜନ କରାଯାଇଛି। ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ବହୁ ସାମ୍ୱାଦିକ ବନ୍ଧୁ ଉପସ୍ଥିତ ରହିଥିବାରୁ ସମସ୍ତଙ୍କୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଶାଖା ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଅମଲା ମାନଙ୍କର ଦାବୀ ସରକାର୍ ଯଥାଶୀଘ୍ର ପୂରଣ ନ କଲେ ରାଜ୍ୟ ବ୍ୟାପୀ ଅମଲା ଆନ୍ଦୋଳନ ପୁଣି ଥରେ ଆରମ୍ଭ ହେବକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।:

nis-ad
Leave A Reply

Your email address will not be published.