ଶୁକ୍ରବାରେ ଏଭଳି ଘଟଣାେର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଥିଲେ। ପୁଣି ତିସ୍ତା ନଦୀରେ ଗୁଳିଗୋଳା ବିସ୍ଫୋରଣ ହୋଇଥିବା ଖବର ମିଳିଛି; ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ସେନା ଶିବିର ଧୋଇଯିବା ଦ୍ବାରା ବ୍ୟାପକ କ୍ଷତି ଘଟିଛି। ମୋଟ ୨୨ଟି ରିଲିଫ ଶିବିରରେ ଏବେ ବି ପାଖାପାଖି ୭ହଜାର ଲୋକ ଆଶ୍ରୟ ନେଇଛନ୍ତି। ଏନ୍ଡିଆରଏଫ୍, ସେନା ଓ ଆଇଟିବିପି ଯବାନ ପ୍ରାଣମୂର୍ଚ୍ଛା ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆଇଟିବିପି ଅଧୀନ ‘ହିମବୀର’ ବାହିନୀର ଯବାନମାନେ ୧୬ହଜାର ଫୁଟ ଉଚ୍ଚରେ ଅକଳରେ ପଡ଼ିଥିବା ୬୮ ଲୋକଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି। ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା ଓ ରିଲିଫ ଶିବିରରେ ଥିବା ଲୋକଙ୍କୁ ଜଣ ପିଛା ୨ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।