ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ସତ୍ୟ ସାଇ ରୋଡ ସ୍ଥିତ ଚର୍ଚ୍ଚ ପରିସରରେ ଧୁମଧାମରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଭ କିଶୋର ଦିଗାଲ, ରେଭ ଡଃ ନିହାର ବର୍ଦ୍ଧନ ଉପସ୍ଥିତ ରହି ନିଜ ନିଜର ପ୍ରଭୁ ଯୀଶୁଙ୍କ ପ୍ରତି ଥିବା ଅନୁଭୂତି ପ୍ରଦାନ କରିଥିଲେ l ଏହି ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚରୁ ଏବଂ ଜିଲ୍ଲା ର ସମସ୍ତ ଚର୍ଚ୍ଚର ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଶତାଧିକ ଭାଇ ଭଉଣୀ ମାନେ ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ଦୀର୍ଘ ସହେ ବର୍ଷ ଧରି ଓଡ଼ିଆ ବାପିଷ୍ଟ ଚର୍ଚ୍ଚ ଫୁଲବାଣୀରୁ ପାଇଥିବା ଜ୍ଞାନ ଗାରିମା ଓ ଶିକ୍ଷା ଆଲୋକପାତ କରିଥିଲେ l

ଫୁଲବାଣୀ ମଣ୍ଡଳୀର ଇତିହାସ ତା: ୦୧-୦୧- ୧୯୧୯ ରିଖ ଦିନ କନ୍ଧମାଳରେ କାର୍ଯ୍ୟରତ ଖ୍ରୀଷ୍ଟିୟାନ ଭାଇ, ଭଉଣୀ, ବିଶିପଡ଼ାସ୍ଥିତ ସର୍ଗତ ଶାମ ମିଶ୍ରଙ୍କ ଗୃହରେ ସମବେତ ହୋଇ, କନ୍ଧମାଳରେ ପ୍ରଭୁଙ୍କ ସେବାକାର୍ଯ୍ୟ କିପରି ହୋଇପାରିବ, ପୁଣି ଅନ୍ୟ ଅଞ୍ଚଳରେ ବିସ୍ତାରିତ ହେବ, ତାହା ଆଲୋଚନା କରିଥିଲେ । ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ, ସଭାରେ ଯୋଗ ଦେଇଥିବା ନିମ୍ନ ଲିଖିତ ଭାଇ, ଭଉଣୀ ମାସିକ ପ୍ରତିଜ୍ଞାତ ଦାନ ଦେବା ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ ଓ ଏହି କାର୍ଯ୍ୟ ପରିପ୍ପଳନା କରିବା ନିମନ୍ତେ ସର୍ଗତ ଫିଲୀମୋନ ସାହୁ – ସେକ୍ରେଟାରୀ, ସ: ଯାବେଶ ଚନ୍ଦ୍ର ମିଶ୍ର, ଟ୍ରେଜେରର୍ ଓ ସ: ଦାନିଏଲ ସେନାପତି କଲେକ୍ଟର ଭାବେ ମନୋନୀତ ହୋଇଥିଲେ l ନିଜ ନିଜର ସ୍ଵଳ୍ପ ଦାନରେ ମୋଟ ବାଇଶି ଜଣ ସଦସ୍ୟଙ୍କୁ ନେଇ ଫୁଲବାଣୀ ମଣ୍ଡଳୀ ଗଠନ କରାଯାଇ ଥିଲା l ସେହି କ୍ରମରେ ୧୯୭୩ ସାଲ ରୁ ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀ, ଫୁଲବାଣୀ ନାମରେ ପରିଚିତ ହୋଇ ଆସୁଅଛି l ବର୍ତ୍ତମାନ ମଣ୍ଡଳୀ ସଭାପତି ଭାବରେ ଇମାନୁଏଲ ରଥ, ଉପସଭାପତି ସମୀରଣ ନାୟକ, ସାଧାରଣ ସମ୍ପାଦକ ଗୀଦିୟାନ୍ ନାୟକ ପ୍ରମୁଖଙ୍କ ସମେତ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇ ପାରିଛି l

nis-ad
Leave A Reply

Your email address will not be published.