୪୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା l ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ସୁକାନ୍ତ କୁମାର କହଁର, ଷ୍ଟାଫ ଅନିଲ କୁମାର ବେହେରା, ସଞ୍ଜୀବ ପ୍ରଧାନ ଓ ମିଲନ କୁମାର ସାହୁ ଗୁମାଗଡ଼ ମୁଖ୍ୟ ରାସ୍ତାରେ ଜଗି ଥିଲେ l ଏହି ସମୟରେ ଏକ ଧଳା ରଙ୍ଗର ହୁଣ୍ଡାଇ କାର( ଓ ଡି ୦୨ବି ଏଚ ୦୦୩୫) କ୍ଷିପ୍ର ବେଗରେ ଯାଉଥିବା କାର କୁ ଅଟକାଇ ତନଖି କରିଥିଲେ l ତନଖି ସମୟରେ ଦୁଇ ବସ୍ତା ଗଞ୍ଜେଇ ଯାହାର ଓଜନ ୪୦ କିଗ୍ରା ହେବ ଜବତ କରିଥିଲେ l ଏଥି ସହ ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି ଆଣି ପଚରା ଉଚରା କରିଥିଲେ l ଉଭୟ ଗଞ୍ଜାମ ଜିଲ୍ଲାର ଅଟନ୍ତି l ଅଭିଯୁକ୍ତ ଦୁଇ ଜଣ ହେଲେ କିଷନ ନାୟକ (23) , ଗଙ୍ଗାଧର ଗୌଡ (25) କୁ ଗିରଫ କରି ଏକ ମାମଲା ଥାନା କେଶ ନମ୍ବର ୯୩/୨୩ ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ଏସ ଆଇ ସାଗର ଭୋଇ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.