ସହରରେ ବିଏସ୍‌ଏନଏଲ୍ ନେଟ୍‌ୱାର୍କ ସମସ୍ୟାର ସମାଧାନ ନ କରୁଥିବାରୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏସ୍‌ପିଙ୍କ ନିକଟରେ ଛତ୍ରପୁରବାସୀଙ୍କ ଦାବି

ଛତ୍ରପୁର,୪/୧୦ : ସରକାରଙ୍କ ପକ୍ଷରୁ ଟେଲିକମ୍ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଅଛି । ହେଲେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରରେ ବିଏସଏନଏଲ ନେଟ୍‌ୱାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି । ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍‌ôି ଆକର୍ଷଣ କରିଥିଲେ ସୁଦ୍ଧା ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ଫଳରେ ବହୁଦିନ ଧରି ସହରର ଉପଭୋକ୍ତା ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନେଟ୍‌ୱାର୍କ ସମସ୍ୟା ପାଇଁ ସହରର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଯୁବକ/ଯୁବତୀ ମାନେ ଅନଲାଇନରେ ବିଭିନ୍ନ ପାଠ ପଢ଼ାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏସଂକ୍ରାନ୍ତରେ ଅଧିକାରୀମାନଙ୍କ ବୈମାତୃକ ମନୋଭାବକୁ ନେଇ ଆଜି ସହରର ବ୍ୟବସାୟୀ ଏବଂ ଜନସାଧାରଣମାନେ ବିଏସ୍‌ଏନ୍‌ଏଲ୍ ଜିଏମ୍‌ଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦାଧିକାରୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ପାଇଁ ଗଞ୍ଜାମ ଏସ୍‌ପି ଜଗମୋହନ ମିନାଙ୍କ ଦ୍ୱାରସ୍ଥ ହୋଇଛି । ଛତ୍ରପୁର ସହରକୁ ବିଏସ୍‌ଏନଏଲ୍ ନେଟ୍‌ୱାର୍କ ସୁବିଧା ତୁରନ୍ତ ଯୋଗାଇ ଦିଅନ୍ତୁ ନଚେତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ବି.ଶ୍ରୀନିବାସ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର ଓ କାଉନସିଲର କେ.ରମେଶଙ୍କ ସମେତ ବହୁ ସହରବାସୀଙ୍କ ଏସ୍‌ପିଙ୍କ ସାକ୍ଷତ କରି ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.