ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଫୁଲବାଣୀ : ଗାନ୍ଧି ଜୟନ୍ତୀ ଶାସ୍ତ୍ରୀ ଜୟନ୍ତୀ ଓ ପଞ୍ଚମ ଲୋକକଳା ଗ୍ରାମର ଜନ୍ମ ବାର୍ଷିକୀ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ପେନାବାଲି ଗ୍ରାମରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜିତ କରାଯାଇଥିଲା ଏହି ଉତ୍ସବରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣାମାସି ଜାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ , ଉର୍ବଶୀ ଦିଗାଲ, ଜିଲ୍ଲା ପରିଷଦ ସଭ୍ୟା,ଜୋନ ୪ ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ସେହପରି ମୁଖ୍ୟ ବକ୍ତା ହିସାବରେ ଗବେଷକ ରମାକାନ୍ତ ମଲ୍ଲିକ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ସାହୁ, ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ, ଖଜୁରୀପଡ଼ା ଅତିଥି ଭାବରେ ଯୋଗଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସଭାକୁ ପରିଚାଳନା କରିଥିଲେ । ଏଥିରେ କ୍ରିଷ୍ଣା ମ୍ୟୁଜିକ୍ ଏଣ୍ଡ କଲ୍ଚର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l କୁବେର ବେହେରା ଏଣ୍ଡ ଗ୍ରୁପ ଡାଲଖାଇ, ଟୁନା ବେହେରା ଏଣ୍ଡ ସାଥୀ ସଂକ୍ରିତନ ଏବଂ ସରୋଜ ସାହୁ ଙ୍କ ଦ୍ଵାରା ବୀଣାକାର ନୃତ୍ୟ ପରିବେଷଣ କରିଥିଲେ ।

nis-ad
Leave A Reply

Your email address will not be published.