ହିଞ୍ଜିଳିକାଟୁରେ ପିଇବାପାଣି ଯୋଗାଣ ଠପ୍ ‌‌…

ହିଞ୍ଜିଳିକାଟୁ (୩/୧୦) : ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ହେଲେ ତାହା ବାସ୍ତବରେ କେତେ ଯେ କାର୍ଯ୍ୟକାରୀ ହେଉଛି ହିଞ୍ଜିଳିକାଟୁ ଏହାର ଉଦାହରଣ। ଜଳର ଗୁରୁତ୍ଵ ବୁଝି ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ବ୍ୟାପକ ପରିଯୋଜନା କରିଛନ୍ତି।ଏ ନେଇ ହିଞ୍ଜିଳିକାଟୁ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଡ୍ରିଙ୍କ ଫ୍ରମ ଟ୍ୟାପ ର ଶୁଭାରମ୍ଭ କରିଥଲେ । ବସୁଧା ଯୋଜନାରେ ପ୍ରାୟ ହିଞ୍ଜିଳିକାଟୁ ମୁନିସୀପାଲଟି ରେ ପ୍ରାୟ ୫ ଗୋଟି ଟ୍ୟାଙ୍କ ୨୧ ଗୋଟି ୱାର୍ଡ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ପାଣି ଟାଙ୍କି । ପ୍ରତ୍ୟେକ ଘରକୁ ପାଇପ୍ ସଂଯୋଗ ମଧ୍ୟ କରାଯାଇସାରିଛି । ହେଲେ, ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ପାଣି ସମସ୍ୟାର ସମାଧାନ ହୋଇପାରିଲା ନାହିଁ।ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ଯ ପ୍ରଶାସନ ସେଥୁପ୍ରତି ଗୁରୁତ୍ବ ଦେଉନଥ‌ିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାଟଣାସାହି ରେ ଥିବା ନଳକୂପ ଉପରେ ଗ୍ରାମ ବାସୀ ନିର୍ଭର କରି ଆସୁଥିବା ବେଳେ ପାଣି ପାଇଁ ସାହିରେ ରେ ମହିଳା ମାନଙ୍କ ମଧ୍ୟରେ ଝଗଡା ହେଉଛନ୍ତି । ପ୍ରାୟ ୧୫ଦିନ ହେବ ସ୍ୱଜଳ ଧାରା ଦ୍ୱାରା ଆସୁଥିବା ବିଶୁଦ୍ଧ ପାନୀୟ ଜଳର ପାଇପ ଲାଇନ ଫାଟି ଯିବା ଯୋଗୁଁ ପାଣି ଗୁଡିକ ବାହାରକୁ ବାହାରି ନଷ୍ଟ ଅପଚୟ ହେଇଯାଉଥିଲା । ଯାହାଫଳରେ ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ରହିଥିଲେ ।ପାଣି ଅସୁବିଧା ଯୋଗୁଁ ସାହି ଵାସିନ୍ଦା ଦୂରରେ ଥିବା ଏକ ନଳକୂପ ରୁ ପାଣି ନେଇ ବ୍ୟବହାର କରି ବିଭିନ୍ନ ରୋଗାକ୍ରାନ୍ତରେ ପଡୁଥିବା କହିଛନ୍ତି ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଖରାଦିନ ଆସିଲେ ବିଭାଗୀୟ ଅଧିକାରୀଙ୍କ ବିଭିନ୍ନ ଆଳ ଦେଖାଇ ଆସୁଛନ୍ତି।ବର୍ଷା ଦିନରେ ପାଣି ସଙ୍କଟ ଉଗ୍ରରୂପ ନେଇଛି।ଆଗକୁ ପାଣି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ହିଞ୍ଜିଳିକାଟୁ ମୁନିସୀପାଲଟି ରେ ଥାନା ସାହି, ହିଞ୍ଜିଳି, ରେଗିଡିସାହି,ରେ ସମଦଶା ଏ ନେଇ ଥାନା ସାହି ଵାସିନ୍ଦା ବଳରାମ ପାତ୍ର ଅଭିଯୋଗ ଆଣିଛନ୍ତି ସେପଟେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଶ୍ରୀଧର ଦାସଙ୍କ ସହ ଯୋଗାଯୋଗ କରିବା ପରେ କାମ ଚାଲିଥିବାରୁ ଆଜି ପାଣି ଯୋଗାଣ ହୋଇନଥିବା ସହ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀଧର ଦାସ।

nis-ad
Leave A Reply

Your email address will not be published.