ଫୁଲବାଣୀ ଏମକେଏସପି ତରଫରୁ ଗାନ୍ଧିଜୟନ୍ତୀ ଶାସ୍ତ୍ରୀ ଜୟନ୍ତୀ ପାଳିତ…


ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ତରଫରୁ ୧୫୪ତମ ଗାନ୍ଧି ଜୟନ୍ତୀ ୧୧୮ ତମ ଶାସ୍ତ୍ରୀ ଜୟନ୍ତୀ ଓ 62 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସକାଳ ଆଠ ଘଣ୍ଟାରେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା ସଭା ଓ ଗାନ୍ଧିଜୀଙ୍କର ପ୍ରିୟ ଭଜନ ଗାନ କରାଯାଇଥିଲା । ପରେ ପରେ ବରିଷ୍ଠ ଆଇନଜୀବୀ ତଥା ପରିଷଦର ଉପଡେଷ୍ଟା ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ “ଗାନ୍ଧିଜୀଙ୍କ ଦୃଷ୍ଟିରେ ସାମାଜିକ ଓ ଅର୍ଥନୈତିକ ବିକାଶ” ଉପରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏହା ଫୁଲବାଣୀ ରୋଟାରି କ୍ଲବର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ଓ ଡ:ସୁଜିତ୍ କୁମାର ପଣ୍ଡା ଆଲୋଚନାରେ ଭାଗ ନେଇ ଗାନ୍ଧିଜୀଙ୍କ ଦୃଷ୍ଟିରେ ଗ୍ରାମ୍ୟସ୍ଵରାଜ୍ୟ ,କୁଟୀର ଶିଳ୍ପ ସଂପର୍କରେ ଆଲୋକପାତ ଓ ଗାଁର ବିକାଶରେ ଭାରତର ବିକାଶ ଉପରେ ଆଲୋକପାତ କରିଥିଲେ ।

ରୋଟାରୀ ପ୍ରେସିଡେଣ୍ଟ ବିରାଜିନି ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ସଂଧ୍ୟା ପାଞ୍ଚଟାରେ ଦୁଇଦିନ ଧରି ଚାଲିଥିବା ଏଲ୍. ତ୍ରିନାଥ ପାତ୍ର ସ୍ମୃତି ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବ ପରିଷଦର ଅନ୍ୟତମ ଉପଦେଷ୍ଟା ପ୍ରତାପ କୁମାର ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା ।ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ସମ୍ମାନୀତ ଅତିଥି ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କନ୍ଧମାଳରେ କ୍ରୀଡାର ବିକାଶ ଉପରେ ଆଲୋଚନା କରିଥିଲେ । ବିଜେତା କଟ୍ରିଙ୍ଗିଆକୁ ଟ୍ରଫି ସହ 4444 ଟଙ୍କା ଓ ଉପବିଜେତା ଦଳ ଏମ କେ ଏସ ପି କୁ ଟ୍ରଫି ସହ 3333 ଟଙ୍କା ପ୍ରଦାନ କରାଯାଇଥିଲା ।ସଂଧ୍ୟା ସାତଟାରେ ଗାନ୍ଧି ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଓ ପରିଷଦର 62 ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା । ଏହାକୁ କନ୍ଧମାଳ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ରଦନ ମଲିକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପି.ଏ, ଆଇ.ଟି.ଡି.ଏ, ଫୁଲବାଣୀ ନରେଶ ଚନ୍ଦ୍ର ଶବର ସମ୍ମାନୀତ ଅତିଥି, ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବୈଜୟନ୍ତୀମାଳା ମହାପାତ୍ରଙ୍କ ପୁସ୍ତକ “ମୋ କବିତା ଜୀବନ ଗାଥା ଭାଗ – ୨ “ଉନ୍ମୋଚିତ ହୋଇଥିଲା ।ସଂଗୀତଜ୍ଞ ଜଳନ୍ଧର ବେହେରାଙ୍କୁ “କୁମୁଦଚନ୍ଦ୍ର ମଲିକ କଳା ସମ୍ମାନ” ଓ “ଟିମ୍ ହ୍ୟୁମାନଟିକୁ ଉମେଶଚନ୍ଦ୍ର ପାତ୍ର ସମାଜ ସେବା ସମ୍ମାନ” ପ୍ରଦାନ କରାଯାଇଥିଲା । ସେହିପରି କନ୍ଧମାଳ କ୍ରୀଡାକୁ ଗୌରବାନ୍ଵିତ କରିଥିବା କ୍ରୀଡାବିତ୍ ଲମ୍ୱୋଦର କହଁର ଓ ଗଦାଧର ବେହେରାଙ୍କୁ “କ୍ରୀଡ଼ା ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବେଳେ ମୋହନଦାସ କରମଚାନ୍ଦ କଳାନିକେତନ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବନ ନନ୍ଦ,ବିପିନ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର, ପ୍ରସନ୍ନ ବିଷୋୟୀ, ସନାତନ ମିଶ୍ର , ରଂଜନ କୁମାର ଗିରି, ଜ୍ୟୋତିର୍ମୟୀ କହଁର, ହରପ୍ରିୟା ମିଶ୍ର,ଶଶୀଭୂଷଣ ପ୍ରଧାନ, କିଶୋର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ଓ ପରିଷଦର ସାଧାରଣ ସମ୍ପାଦକ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.