ପଟ୍ଟା ପ୍ରଦାନ ଦାବୀ ନେଇ ୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ, ସାମିଲ ହେଲେ ବହୁ ମହିଳା…

ଛତ୍ରପୁର : ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅନଶନ କାରୀ ମାନେ ଚେତାବନୀ ଦେଇଛନ୍ତି। ଆଜି ଏହି ଆନ୍ଦୋଳନ ରେ ଆର୍ଯ୍ୟପଲ୍ଲୀ ପଂଚାୟତ ର ବହୁ ମହିଳା ମାନେ ହୋଇଛନ୍ତି,ଏପରିକି ନ୍ୟାୟ ପାଇଁ ହାଇକୋର୍ଟର ଆଶ୍ରୟ ନେବେ ବୋଲି ମଧ୍ୟ ସେମାନେ କହିଛନ୍ତି । ଏନେଇ ସେମାନେ ସେପ୍ଟେମ୍ବର ୧୧ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି।
ଅପରପକ୍ଷେ ରବିବାର ଜୋରଜବରଦସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇ ଛତ୍ରପୁର ଥାନାକୁ ଆଣିଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଆନ୍ଦୋଳନକାରୀଙ୍କୁ ନୋଟିସ ଦେଇ ଛାଡିଥିଲା। ଏହାକୁ ଭାରତୀୟ ବିକାଶ ପରିଷଦ ଓ ଆନ୍ଦୋଳନକାରୀଙ୍କ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ଉଠାଇଥିବା ସମ୍ପୃକ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏନେଇ ସେମାନେ ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲାପାଳ ଓ ଏସ୍‌ପି, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅବଗତ କରାଯାଇଛନ୍ତି ଭାରତୀୟ ବିକାଶ ପରିଷଦରରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.