ବିଜେପି ଘୁମୁସର ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ହେଲେ ମୀରାବାଇ ଦେଓ…

ପୁରୁଷୋତ୍ତମପୁର :-ଘୁମସର ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ଦ୍ବାରା ନୂତନ ମହିଳା ମୋର୍ଚା ସଭାନେତ୍ରୀ ଘୋଷଣା କରାଯାଇଛି।ଜିଲ୍ଲାର ସଂଗଠନ କୁ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ମହିଳା ମୋର୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ନିଦ୍ଦେଶ କ୍ରମେ ଜିଲ୍ଲା ସଭାପତି ମୀରାବାଇ ଦେଓ ଙ୍କୁ ଚୟନ କରିଛନ୍ତି।

ତାଙ୍କ ଅଭିଜ୍ଞତା ଓ ରାଜନୈତିକ ପାରଦର୍ଶୀତାକୁ ଦେଖି ତାଙ୍କୁ ଜିଲ୍ଲା ମହିଳାମୋର୍ଚ୍ଚାର ସଭାନେତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦିଆଯାଇଛି। ଏଥିନିମନ୍ତେ ସେ ରାଜ୍ୟ ସଭାପତି ମନମୋହନ ସାମଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ , ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲ୍ଲିକ ସହ ଏହି ଦାୟିତ୍ୱ ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରିଥିବା ମହିଳାମୋର୍ଚ୍ଚା ଘୁମୁସର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

nis-ad
Leave A Reply

Your email address will not be published.