ନିମଖଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା:୨ କିଲୋରୁ ଉର୍ଦ୍ଧ ସୁନା ଓ ଚାରିସ ଗ୍ରାମ ରୂପା ସହ ୨୬ ଲକ୍ଷ ଟଙ୍କା ଜବତ…


ବ୍ରହ୍ମପୁର:୩-୧୦ ଅନେକ ଦିନ ପରେ ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା l ଆଜି ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧାରଣ ର ଚୋରି ଘଟଣା ର ପର୍ଦ୍ଧାଫାସ କରଛନ୍ତି। ଏହି ଘଟଣା ରେ ଏଥର ନିମଖଣ୍ଡି ପୋଲିସ କୁ ସଫଳତା ମିଳିଛି। ଚୋର ମାନଙ୍କୁ ଧରିବା ପାଇଁ ଏସ ପି ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ।ଏଥିରେ ଏସଡ଼ିପି ଶିବଶଙ୍କର ମହାପାତ୍ର ଓ ନିମ ଖଣ୍ଡି ଥାନା ଅଧିକାରୀ ଭବାନନ୍ଦ ପ୍ରଧାନଙ୍କୁ ମିଳିଛି ସଫଳତା । ସୂଚନା ଥାଉକି ତଳ ଦିନେ ସନିଆ ଗୌଡ଼ ନାମକ ଚୋର କୁ ଧରିବା ପରେ ତଦନ୍ତ ବେଳେ ଚୋରା ସୁନା ର ପର୍ଦ୍ଧାଫାସ ହୋଇଥିଲା। ଏହି ଘଟଣା ରେ ଏକ ବ୍ୟାଙ୍କ ମ୍ୟାନେଜେର ମୋହନ ପାଢ଼ୀ ଙ୍କ ସମ୍ପୃକ୍ତି ଆସିଥିଲା, ତାଙ୍କୁ ଜେରା ବେଳେ ସେ କହିଥିଲେ, ସାନ ବଜାର ର ବିରାଜ ଗୋଲଡ଼ ଟେଷ୍ଟିଙ୍ଗ ସେଣ୍ଟେର ରେ ଚୋରା ସୁନା ମେଲଟିଙ୍ଗ କରାଯାଉଛି। ଯାହାକୁ ଭିତ୍ତି କରି ପୋଲିସ ସେହି ସେଣ୍ଟେର ରେ ଚଢ଼ାଉ ବେଳେ ସେଠାରୁ ୨କିଲୋ ୮ ଗ୍ରାମ ସୁନା ଓ ୨୬ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ଏବଂ ଅନ୍ୟ ଜଣେ ବ୍ୟବସାୟୀ ସୁରେନ୍ଦ୍ର ମହାପାତ୍ର ପାଖରୁ ୪ଶହ ଗ୍ରାମ ରୂପା ଜବତ କରାଯାଇଛି।ଏହି ଘଟଣା ରେ ମୋଟ ଚାରିଜଣ କୁ ପୋଲିସ ଗିରଫ କରିଛି । ଏହି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଚୋର ମାନଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରାବଣ କୁମାର ଏମ ଆଜିର ଏହି ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.