ଝାଡୁ ମାରି ସ୍ଵଚ୍ଛତା ବାର୍ତ୍ତା ବାଣ୍ଟିଲେ ମ୍ୟୁନିସିପାଲିଟି ଅଧ୍ୟକ୍ଷା, ଜନପ୍ରତିନିଧି ଓ ପ୍ରସାଶନିକ ଅଧିକାରୀ…

ହିଞ୍ଜିଳିକାଟୁ ୧/୧୦ : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ସ୍ଵଛତା ହିଁ ସେବା ଅଭିଯାନ ଆନୁକୁଲ୍ୟରେ ରବିବାର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସାମୁହିକ ଶ୍ରମଦାନ କରି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି,ଓଡିଶା ବିଜୁଜନତା ଦଳର ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ବସଷ୍ଟାଣ୍ଡ ପରିସରରେ ହାତରେ ଝାଡୁଧରି ରାସ୍ତାଘାଟ ସଫା କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ସେହିପରି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ, ହିଞ୍ଜିଳି ଥାନା ପରିସର, ଉପଖଣ୍ଡ ଚିକିତ୍ସାଳୟ ଆଦି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ, ସରକାରୀ ଏନ୍ ଏସି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସାମୂହିକ ଶ୍ରମ ଦାନ କରି ସ୍ଵଛତା ହିଁ ସେବା ଅଭିଯାନ ରେ ଭାଗ ନେଇଥିଲେ ‌। ହିଞ୍ଜିଳିକାଟୁ ମୁନିସୀପାଲଟି ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ସାନିଟେସନ ଏକ୍ସପର୍ଟ, ହିଞ୍ଜିଳିକାଟୁ ମୁନିସୀପାଲଟି ର ସମସ୍ତ କାଉନସିଲର , ମୁନିସୀପାଲଟି ର ସମସ୍ତ ସ୍ଵଛସାଥୀ, ସଫେଇ ଦିଦି, ସଫେଇ ଭାଇ, କାଉନସିଲର ବିଭୁପ୍ରସାଦ ପଣ୍ଡା, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା,ପୂର୍ବତନ ନଗରପାଳ ଶିବରାମ ଗୌଡ, ହିଞ୍ଜିଳି ଥାନା ରେ ଏସ ଆଇ। ସ୍ଵାଇଁ, କନଷ୍ଟେବଳ ଜିତେନ୍ଦ୍ର କୁମାର ଗୌଡ ,ମିଟୁ ସାମଲ, ସୁଶାନ୍ତ କୁମାର ମହାପାତ୍ରଙ୍କ ସହ ଜନସାଧାରଣ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ ରେ ଭାଗନେଇଥିଲେ।

nis-ad
Leave A Reply

Your email address will not be published.