୫ କେଜି ଗଞ୍ଜେଇ ଜବତ,୨ ଗିରଫ…

ଦାରିଙ୍ଗବାଡି (୧/୧୦) : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢଉ କରାଯାଇ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ସହ ସ୍କୁଟି ଜବତ କରାଯାଇଥିବା ୨ ଜଣ ଚାଲାଣକାରି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୨ ଗିରଫ ବ୍ୟକ୍ତି ହେଲେ ଆସ୍କା ଥାନା ହାଟପଦା ଗ୍ରାମର ସନ୍ତୋଷ ବେହେରା ଓ ନିରଞ୍ଜନ ସ୍ୱାଇଁ । ଶନିବାର ଦିନ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସାମନବାଡ଼ି ଅଞ୍ଚଳରୁ ସନ୍ତୋଷ ଓ ନିରଞ୍ଜନ ଗଞ୍ଜେଇ ନେଇ ଆସ୍କା ଅଞ୍ଚଳକୁ ଯାଉଥିବା ବେଳେ ଦାରିଙ୍ଗବାଡି ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ସିଆଙ୍ଗବାଲି ଆମ୍ବ ଘାଟିରେ ଚଢଉ କରିଥିଲା । ଚଢ଼ଉରେ ୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ସହ ସ୍କୁଟି ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଥିଲେ। ଚଢ଼ଉରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସମେତ ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ, ଏସ. ଶ୍ରୀନିବାସ ରାଓ ପ୍ରମୁଖ ସାମିଲ ଥିଲେ । ଏନେଇ ଥାନାରେ ମାମଲା ନମ୍ୱର ୧୭୫/୨୩ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.