ବହୁ ଚର୍ଚ୍ଚିତ ସୁନିଲ ହତ୍ୟା ଘଟଣା…ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ ଥାନାରେ ମାମଲା…


ବ୍ରହ୍ମପୁର:୩୦-୯ ବହୁ ଚର୍ଚ୍ଚିତ ସୁନିଲ ନାହାକ ହତ୍ୟା ଘଟଣା ରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ କୋଦଳା ଥାନା ରେ ମାମଲା। ଆସିକା ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧି ସୁନିଲ ନାହାକ କୁ ଗୁରୁବାର ଦିନ କୋଦଳା ଥାନା ର ଦାନପୁର ଗ୍ରାମରେ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।ଏହି ଘଟଣା ରେ ସମ୍ପୃକ ଥିବା ଦାନପୁର ଗ୍ରାମ ର ଦିପକ ଖଟୁଆ ଓ ଜିତେନ୍ଦ୍ର ପାହାନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।କୋଦଳା ଥାନା ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା ସୁନିଲ ନାହାକ ହତ୍ୟା କାଣ୍ଡ ରେ ସମ୍ପୃକ୍ତି ଥିବା ନେଇ ମାମଲା ହୋଇଛି। ଏହି ହତ୍ୟା କାଣ୍ଡ ରେ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖଲ୍ଲିକୋଟ ରାଣୀମା ଙ୍କ ଅନୁପସ୍ଥିତି ଓ ନିଜ ସ୍ତ୍ରୀ ବିଧାୟିକା ବ୍ଲକ ଅଧ୍ୟକ୍ଷ ଙ୍କ ପାଇଁ ଆଶ୍ରିବାଦ ସଦୃଶ୍ୟ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଅଧ୍ୟକ୍ଷ ମହାଶୟ ନିଜକୁ ଇନ୍ଦ୍ର ଚନ୍ଦ୍ର ନମାନି କାହାକୁ ହେଲେ ଖାତିରି କରୁନଥିବା ଓ ମନମାନି କରୁଥିବା ଚାର୍ଚ୍ଚା ହେଉଛି। ସାରା ଗଞ୍ଜାମ ଜିଲ୍ଲାର ଅପରାଧତତ୍ତ୍ୱ ମାନଙ୍କ ଗୁପ୍ତ ଆଡ୍ଡା ସ୍ଥଳୀ ପାଲଟିଛି,ଏବେ ଖଲ୍ଲିକୋଟ ଏହାର ନେତୃତ୍ବ ନେଉଛନ୍ତି ଏହି ମହାଶୟ ବୋଲି ଚାର୍ଚ୍ଚା ଜୋର ଧରିଛି । ଏହି ହତ୍ୟା କାଣ୍ଡ ର ମୂଳ ଲକ୍ଷ ହୋଇଛି ରାଜନୈତିକ ଶତ୍ରୁତା ବୋଲି ପୋଲିସ ଟେର ପାଇଛି। ଏହି ହତ୍ୟା କାଣ୍ଡ ର ମାଷ୍ଟେର ମାଇଣ୍ଡ କୁ କିପରି ହେଣ୍ଡେଲ କରୁଛି,ପୋଲିସ ସମୟ କହିବ। ସୂଚନା ଥାଉକି ଆଗାମୀ ସାଧାରଣ ନିର୍ବାଚନ ରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ବୋଲି ସନ୍ଦେହ ଉପୁଜୁ ଥିଲା, ଯାହାକି ଦୈତାରି ବେହେରା ଙ୍କ ପାଇଁ କଣ୍ଟା ହୋଇପାରେ ତେଣୁ ହୁଏତ ରାଜନୈତିକ ଶତ୍ରୁତା କାରଣରୁ ଏହିପରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି l ସେ ଯାହାବି ହେଉ ଦୈତାରି ବେହେରା ଙ୍କ ନାମରେ ସୁନୀଲ ହତ୍ୟା କାଣ୍ଡ କୁ ନେଇ କୋଦଳା ଥାନାରେ ମାମଲା ପଞ୍ଜିକରଣ ହୋଇଛି ଦେଖା ଯାଉ ପୋଲିସ ଏହାକୁ ନେଇ କଣ ତଦନ୍ତ କରୁଛି ତାହା ସମୟ କହିବ..

nis-ad
Leave A Reply

Your email address will not be published.