ଫୁଲବାଣୀ : ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଜିଲ୍ଲା ସାମ୍ବାଦିକ ସଂଘ କନ୍ଧମାଳ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ର “ଗଣମାଧ୍ୟମ ବିରୋଧରେ ସରକାରୀ ରୋଷ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବନାନୀର ସଭାପତି ଡଃ ଅରୂପ କୁମାର ଜେନା, ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ , ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ସତ୍ୟନାରାୟଣ ବେହେରା, ସମ୍ବାଦର ଜିଲା ପ୍ରତିନିଧି ଡଃ ରଞ୍ଜନ କୁମାର ପ୍ରଧାନ ବକ୍ତା ଭାବେ ଯୋଗ ଦେଇ ଗଣମାଧ୍ୟମ ପ୍ରତି ସରକାରଙ୍କ ଦମନ ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସାମ୍ବାଦିକ ସଂଘଳ ସାଧାରଣ ସଂମ୍ପାଦକ ଅଶୋକ ପରିଡା ଅତିଥି ସ୍ୱାଗତ କରି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ସତ୍ୟ ଓ ତଥ୍ୟଭିତିକ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ। କିନ୍ତୁ ନିର୍ଭୀକ ସଠିକ ଖବର ପ୍ରକାଶ କଲେ ସରକାରୀ କଳ ଆକ୍ରୋଶ ମନୋଭାବ ପୋଷଣ କରି ସାମ୍ବାଦିକଙ୍କ ଉପରେ ଦମନ ମୂଳକ କାର୍ଯ୍ୟ କରିବା ସହ ଆକ୍ରମଣ କରିବାକୁ ପଶ୍ଚାତପଦ ହୋଇନଥାନ୍ତି।ସରକାରରେ ନଥିଲା ବେଳେ ବିରୋଧୀ ମାନେ ଗଣମାଧ୍ୟମ ସମ୍ପର୍କରେ ବହୁତ ଚିନ୍ତା କରିଥାନ୍ତି କିନ୍ତୁ ନିଜେ ସରକାରକୁ ଗଲେ ବୀପରିତ କାମ କରିଥାନ୍ତି।ସତକଥା କହିଲେ ଦୁର୍ନୀତି ଧରାପଡିଯାଏ,ବା ଭୁଲଟା ଲୋକ ଲୋଚନକୁ ଚାଲିଆସେ। ତେଣୁ ଗଣମାଧ୍ୟମ ଉପରେ ଦାଉ ସାଧିବାକୁ ଗଣମାଧ୍ୟମର କଣ୍ଠରୋଧ ହେଲାଭଳି କାର୍ଯ୍ୟ କରନ୍ତି।କେବଳ ସମ୍ବାଦର ସୌମ୍ୟରଞନ ପଟ୍ଟନାୟକ ନୁହନ୍ତି, ଓଟିଭି, ଏବଂ ବଡଖବରର ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ସରକାରୀ ଆକ୍ରୋଶର ଶୀକାର ହୋଇଥିବା ଜନସାଧାରଣ ଅବଗତ ଅଛନ୍ତି।ଗଣମାଧ୍ୟମର ମାଲିକ ମାନେ ସରକାରରେ ରହିଲା ବେଳେ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ନିଜର ଫାଇଦା ଉଠାଇଥାନ୍ତି।ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିଲେ ବୁଲେଇ ବାଙ୍କେଇ ଝଲକ ଟିକେ ଦେଇଥାନ୍ତି।ତେଣୁ ଗଣମାଧ୍ୟମ ଏକଯୁଟ ହୋଇ ନପାରିବା କାରଣରୁ ସରକାର ଦମନମୂଳକ ପଦକ୍ଷେପ ନେବାକୁ ସୁବିଧା ହୋଇଥାଏ। ଅପରାଧୀକ ପୃଷ୍ଠଭୂମି ଥିବା ଅଧିକାରୀ ଓ କେତେକ ଗଣମାଧ୍ୟମର ମଧୁଚନ୍ଦ୍ରିକା ଯୋଗୁଁ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଏ।ତେଣୁ ଜନସାଧାରଣ କ୍ଷତି ଗ୍ରସ୍ତ ହୁଅନ୍ତି।ସରକାରୀ ପୃଷ୍ଠପୋଷକ ଯୋଗୁଁ ଅନେକ ଗଣମାଧ୍ୟମ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଆଖିବୁଜିଦେଇଥାନ୍ତି ।ଗଣମାଧ୍ୟମର ନୈତିକତା ଓ ଆଦର୍ଶ ଯୋଗୁଁ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା ହୋଇଥାଏ।ଗଣମାଧ୍ୟମ ବର୍ତ୍ତମାନ ଏଭଳି ଭୂମିକା ରେ ଅବତୀର୍ଣ୍ଣ ହୋଇଛି , ଯାହାକି ଅସାମାଜିକ ଦୁର୍ନୀତି ଗ୍ରସ୍ତ ଓ ଭ୍ରଷ୍ଟାଚାର ମାନଙ୍କ ମନରେ ଛନକା ପଶୁଛି।ତେଣେ ସମାଜର ଜନସ୍ୱାର୍ଥ ଦିଗଟିକୁ ଗୁରୁତ୍ୱ ଦେଇ ସବୁ ଗଣମାଧ୍ୟମ ପ୍ରତିନିଧି ଏକ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।ସମ୍ବାଦ ଖବରକାଗଜ କ୍ଷେତ୍ରରେ ସରକାର ନିଜର ଭୁଲକୁ ସୁଧାରି ଯେଉଁ ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି ତାହା ସମାଜର ବୃହତ୍ତର ହିତଦୃଷ୍ଟିରୁ ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ବହୁ ବରିଷ୍ଠ ସାମ୍ବାଦିକ ତ୍ରିନାଥ ସାହୁ, ଜାଗ୍ରତ କନ୍ଧମାଳ ଓଡିଶାର ଓବିସି ଜିଲ୍ଲା ସଭାପତି ତଥା ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ,ଶିବ ବିଶ୍ଵାଳ, ପ୍ରଶାନ୍ତ ଜେନା, ବାଳ କୃଷ୍ଣ ଚର୍ଚି, ସଞ୍ଜୟ ପାତ୍ର,ଡଃ ସୂର୍ଯ୍ୟ ନାରାୟଣ ବେହେରା,ସୁଧୀର ମହାରଣା ଓ ବନାନୀର ସହ ସମ୍ପାଦକ କ୍ଷିତିଶ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ନାଗରିକ କମିଟିର ନବୀନ କିଶୋର ପଣ୍ଡା, ବଂଶୀଧର ପଣ୍ଡା, ପଦ୍ମଚରଣ ସାହୁ, ନବ କିଶୋର ରଥ ପ୍ରମୁଖ ଗଣମାଧ୍ୟମ ଦୃଢହେଲେ ଦେଶର ସ୍ୱାର୍ଥ ସାଧନ ହୋଇପାରିବ ବୋଲି ମତଦେଇଥିଲେ। ଅଶୋକ ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.