ରାଜନଗର(୨୯/୦୯) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ସଦର ମହକୁମାରେ ଦେଖା ଦେଇଛି ନିଆରା ଦୃଶ୍ୟ । ରାଜନଗର ବିଧାୟକ ଧ୍ରୁବ ସାହୁ ମହିଳାମାନଙ୍କୁ ସ୍ବାବଲମ୍ବି କରିଵାକୁ ଆଜି ରାଜନଗର ଥାନା ସମ୍ମୁଖରେ ମିଶନ ଶକ୍ତିର ମିଲ୍କ୍ ଶକ୍ତି ଭେରାଇଟି ଷ୍ଟୋରକୁ ବିଧାୟକ ଉଦ୍ଘାଟନ କରିଛନ୍ତି। ତାଙ୍କ ସହିତ ଵିଡିଓ ନିଶାନ ମିଶ୍ର, ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ଵ୍ଲକ ସଭାପତି ନିରଞ୍ଜନ ରାଉତ, ଵିଜେଡି ନେତା ପ୍ରଦୀପ କୁମାର ଲେଙ୍କା, ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର, ଵିଜୟ କୁମାର ନାୟକ ଉପସ୍ଥିତ ଥିଲେ। ସେପଟେ ବ୍ଲକ୍ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ବିଧାୟକ ଧ୍ରୁବ ସାହୁ ଙ୍କ କୁଶ ପୁତ୍ତଳିକା ଦାହ ସାଧାରଣ ଜନତାଙ୍କୁ ଚକିତ କରିଛି।
.ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଜଙ୍ଗଲ ଜମି କୁ ବିଧାୟକ ଧ୍ରୁବ ସାହୁ ଜବର୍ ଦଖଲ କରିଥିବା ନେଇ କଙ୍ଗ୍ରେସ ଅଭିଯୋଗ କରିଆସୁଛି ।ଏହାକୁ ନେଇ ବ୍ଲକ କଂଗ୍ରେସ ଜଙ୍ଗଲ ଜମି ରେ ବିଧାୟକ ଶ୍ରୀ ସାହୁ ଏକ ହୋଟେଲ ନିର୍ମାଣ କରିଥିବା ଆଶଙ୍କାରେ ଅଭିଯୋଗ ଆଣି ଆଜି କଙ୍ଗ୍ରେସ ପାର୍ଟି ଅଫିସରୁ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ନାରାବାଜି ଦେଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ। ଡିଏଫଓ ଅନୁପସ୍ଥିତ ଥିବାରୁ ଏସିଏଫ ଆସି ବ୍ଲକ ସଭାପତି ଦେବେନ୍ଦ୍ର ଜେନାଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ପରେ ଭିକ୍ଷୋଭମାନେ ଗୋପାଳପୁର ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ କଙ୍ଗ୍ରେସର ସଭାପତି ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀରେ ବନ ବିଭାଗକୁ ଆଗରୁ ଅବଗତ କରି ଥିବା ଅଭିଯୋଗ ମଧ୍ଯ କରିଛନ୍ତି। .ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ୍ ଭାବରେ ହୋଇଥିବା ହୋଟେଲ ଙ୍କୁ ଭଙ୍ଗାଯିବା ସହିତ ବିଧାୟକ ଧ୍ରୁବ ସାହୁ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ବୀଣାପାଣି ବଜାର ନିକଟରେ ବିଧାୟକ ଧ୍ରୁବ ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ