ଆର୍ଥିକ ଅନାଟନ ଓ ରୋଗ ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି ଲକ୍ଷ୍ମୀଧର ଙ୍କ ପରିବାର…
ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳ ବାସୀ ଙ୍କ ଦାବି…
ନିମାପଡ଼ା : ତଳେ ପଡି ରହିଛି ଅସୁସ୍ଥ ଚର୍ମ ର ଶରୀର ଆଉ ସେହି ଚର୍ମର ଶରୀର ଭିତରେ ଅନେକ ରୋଗର ଯନ୍ତ୍ରଣା ଏ ସବୁ ଭିତରେ ସମ୍ପୂର୍ଣ ଅସହାୟତା ସାଙ୍ଗକୁ ଅର୍ଥାଭାବ ସତେ ଯେମିତି ଦାଉସାଧୁଛି। ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବାମନାଳ ପଞ୍ଚାୟତ ର ବାମନାଳ ଦଳିତ ସାହିର ଲକ୍ଷ୍ମୀଧର ଭୋଇଙ୍କ କଥା।ନିଜର କହିଲେ ସାନ ଭାଇ ସୁ ରେନ୍ଦ୍ର ଭୋଇ ଓ ତାଙ୍କ ଭାଇଙ୍କ ପତ୍ନୀ ଗୀତାଞ୍ଜଳି ଭୋଇ ତାଙ୍କ ପୁଅ।ତେଲ ଲୁଣ ର ସଂସାର ମାସିକ ମିଳୁଥିବା ଭର୍ତା ଟଙ୍କା ହିଁ ସମ୍ୱଳ। ପ୍ରକାଶ ଯେ ଲକ୍ଷ୍ମୀଧର ଭୋଇ ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ସେ କାହା ଉପରେ ନିର୍ଭର ନକରି ଜାଲ କିମ୍ବା ଝାଡୁ ବନେଇବା କିଛି ନା କିଛି କର୍ମ କରି ଜୀବନ ଜୀବିକା ଚଳାଇ ଆସୁଥିବା ସହିତ ତାଙ୍କ ସାନ ଭାଇ ମଧ୍ୟ କିଛି ନ କିଛି କାମ କରି ପାରିବାର ପୋଷଣ
କରିଆସୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତ୍ ଲକ୍ଷ୍ମୀଧର ଦୀର୍ଘ ୫ବର୍ଷ ହେବ ମେରୁଦଣ୍ଡ ର ହାଡଟି ଭାଙ୍ଗି ଯାଇଥିବାରୁ ସେ ଆଉ ଉଥିପରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ିରହୁଛନ୍ତି ,ସେହି ଭଳି ତାଙ୍କ ସାନ ଭାଇ ସୁରେନ୍ଦ୍ର ଙ୍କ ଆନଠୁ ଘଣ୍ଟି ରୋଗ ସକାଶେ ସେ କୁଆଡେ ବି ଯାଇ କାମ କରିବା ସପକ୍ଷରେ ନାହାନ୍ତି , ସୁରେନ୍ଦ୍ର ଙ୍କ ପତ୍ନୀ ଗୀତାଞ୍ଜଳିଙ୍କ କିଡନୀ ଜନିତ ରୋଗ ପୁଣି ତାଙ୍କୁ ଚିନ୍ତା ରେ ପକାଇଛି। ମୂଲ ଲାଗି ଚଳୁଥିବା ଏ ପରିବାର ଏବେ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ଏ ପରିବାର ପାଇଁ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଏହିପରି ଅବସ୍ଥାରେ ଇଛଥିଲେ ମଧ୍ୟ ପାଠ ପଢ଼ା ରୁ ବଞ୍ଚିତ ହେଉଛନ୍ତି ତାଙ୍କ ପୁଅ । ଘରର ଏକମାତ୍ର ପୁଅ ହେଇଥିଲେ ମଧ୍ୟ କିପରି ଘରକୁ ଚଳାଇବେ ସେ ଏବେ ଦ୍ବନ୍ଦରେ ଏପରି ଅବସ୍ଥାରେ ଦୁଇବେଳା ଆହାର ପ୍ରସ୍ତୁତି କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି। ମୁଲ ମଜୁରୀ ଲାଗି ଚଳୁଥିବା ଏହି ପରିବାର ଏବେ ଆର୍ଥିକ ଅନାଟନ ମଧ୍ୟରେ ଘାଣ୍ଟି ହେଉଛନ୍ତି ।ଘରେ ୩ ଜଣ ରୋଗାକ୍ରାନ୍ତ ହୋଇଥିବାରୁ ବେଳାଏ ଖାଇଲେ ବେଳାଏ ଉପାସ ରହିଲା ଭଳି ଅବସ୍ଥା ଶୁଷ୍ଟି ହଉଛି। ଲକ୍ଷ୍ମୀଧର ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳରେ ଦାବି ହେଉଥିବା ବେଳେ ସରକାରୀ ସାହାଯ୍ୟ ବୋଲି ମାସିକ ମୀଳୁଥିବା ଦୁଇ ଭାଇଙ୍କୁ ଭତା ଟଙ୍କା ଓ ଚାଉଳ ଏହା ତାଙ୍କ ଘର ଚଳାଇବା କଷ୍ଟକର ହୋଇପଡିଛି । ତେବେ ବେସରକାରୀ ସଂସ୍ଥା ତରଫରୁ ଲକ୍ଷ୍ମୀଧର ପରିବାରକୁ ସାହାଯ୍ୟ ପାଇଁ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ ଅନୁରୋଧ କରିଛନ୍ତି ।