ସୁନିଲର ମାଉଜର କଥା କରିବାରେ ସକ୍ଷମ ହେଲା ନାହିଁ ଏଥର ଭାଗ୍ୟ ଫେଲ ମାରିଲା..!
ବ୍ରହ୍ମପୁର: ୨୯-୯ ଆସିକା ଥାନା ଇଲାକାର ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଗୁରୁବାର ରାତ୍ର ରେ କୋଦଳା ବ୍ଲକ ଅନ୍ତର୍ଗତ ଦାନପୁର ରେ ହତ୍ୟା କରାଯାଇଛି। ହତ୍ୟାକାରୀ ନିଜେ ହତ୍ୟାର ଶିକାର ହେଲା ବୋଲି ଚାର୍ଚ୍ଚା ହେଉଛି।ସୁନିଲ ନାହାକ ନାମରେ ବହୁ ହତ୍ୟା,ଗଞ୍ଜେଇ ବ୍ୟବସାୟ ଭଳି ସଙ୍ଗିନ ମାମଲା ରହିବା ସହ ସେ ଟେଣ୍ଡେର ଫିକ୍ସିଂଙ୍ଗ ର ମାଷ୍ଟର ମାଇଣ୍ଡ ବୋଲି ଗଞ୍ଜାମ ଜିଲ୍ଲାର ବିଭନ୍ନ ଥାନା ରେ ସୂଚନା ରହିଛି। ସେ ଗତ କିଛି ମାସ ହେଲା
ଆସିକା ପୁଣି ଅଶାନ୍ତ…! ନିଃସର୍ତ୍ତ ର ସୂଚନା ସତ୍ୟ ହେଲାକି..!
ଜେଲରୁ ବେଲ ରେ ଆସିଥିଲା। ଗୁରୁବାର ଦିନ ସୁନିଲ ମୁଣ୍ଡମରାଇ ଗ୍ରାମରେ ଏକ ରାଲିରେ ଯୋଗଦେଇ ଦାନପୁର କୁ ଯାଇଥିଲା।ଦାନପୁର ରେ ଅଘଟଣ ଘଟାଇବା ପୂର୍ବରୁ ସେ ନିଜେ ହତ୍ୟାର ଶିକାର ହେଲା ବୋଲି ଚର୍ଚ୍ଚା ହେଉଛି। ସୁନିଲ ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ର ଚାଟୁଳା ଗ୍ରାମ ର ଦୁର୍ଦ୍ଧାନ୍ତ ଅପରାଧି ବିକ୍ରମ ମଲ୍ଲିକ ର ଜଣେ ଘନିଷ୍ଟ ସହଯୋଗୀ। ଆସିକା ଚିନିଶିଳ୍ପ ପୋଚକା ନାଳରେ ବହୁ ଚର୍ଚ୍ଚିତ ହନୁମାନ ପଇସା ପାଇଁ ଦୁଇ ଜଣକୁ ହତ୍ୟା କରି ଫିଙ୍ଗିବା ଓ ନର କଙ୍କାଳ ଉଦ୍ଧାର ଘଟଣା ର ମୁଖ୍ୟ ଅଭିଯୁକ୍ତ ଥିଲା ସୁନିଲ।ଆସିକା ବ୍ଲକ ଅଧକ୍ଷା ଙ୍କ ଦେଢ଼ସୁର ସୁନିଲ ନାହାକ। ସୁନିଲ ଦାନପୁର ରେ ଏକ ଭୋଜି ଖାଉଥିବା ଥିବା ବେଳେ ତାକୁ ଗ୍ରାମର କିଛି ବ୍ୟକ୍ତି ପିଟି ପିଟି ମାରିଦେଲେ ବୋଲି ଚାର୍ଚ୍ଚା ହେଉଛି। ସୁନିଲ ପୋଲିସ ର ମୋଷ୍ଟ ୱାନଟେଡ଼ ଯଦି ଥିଲା ତାହା ହେଲେ ସେ କେଉଁ ପରିସ୍ଥିତିରେ ଦାନପୁର ଗଲା ଓ କେଉଁ ଉଦ୍ଧେଶ୍ୟରେ ଯାଇଥିଲା ତାହା ଏବେ ଅସ୍ପଷ୍ଟ ରହିଛି। ଆଗକୁ ପୂଜାଋତୁ ଥିବା ଯୋଗୁଁ ଆସିକା ଓ ଭଞ୍ଜନଗର ଅଞ୍ଚଳ ର ବହୁ ଅପରାଧ ତତ୍ତ୍ୱ ମାନେ ଗାଁ ମୁହାଁ ହେବେ ବୋଲି ନିସର୍ତ୍ତ ରେ ଖବର ରେ ପ୍ରକାଶ ପାଇଥିଲା।ଏହି ହତ୍ୟା ପରେ ଆସିକା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ସୁନିଲର ମାଉଜର କଥା କହିବା ପୂର୍ବରୁ ସେ ନିଜେ ହତ୍ୟାର ଶିକାର ହେଲା ବୋଲି ଚାରିଆଡ଼େ ଚାର୍ଚ୍ଚା ର ବିଷୟ ହୋଇଛି। ସମୟ କହିବ ପୋଲିସ ତଦନ୍ତ କରି ଘଟଣାର ରହସ୍ୟ କେବେ ପର୍ଦ୍ଧାଫାସ କରିବ। ମୃତ ସୁନିଲ ନିକଟରେ ପଡିଥିବା ମୋବାଇଲ ଖୋଲିବ ବହୁ ରହସ୍ୟ ଏବେ ବୋଲି ଚାର୍ଚ୍ଚା ହେଉଛି।