ଅଶାନ୍ତ ଗଞ୍ଜାମ : ବାଲି ବ୍ୟବସାୟ କୁ କେନ୍ଦ୍ର କରି ନିର୍ମମ ଭାବେ ହତ୍ୟା…

ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଗଡୁଛି ମୁଣ୍ଡ ଟେର ପାଉନି ପୋଲିସ…!


ବ୍ରହ୍ମପୁର:୨୯-୯ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗ୍ରାମର ବିଜେଡ଼ି ନେତା ଅନିଲ ମହାନ୍ତି ଓରଫ (କୋକ)ଙ୍କୁ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରଯାଇଛି। ମୃତ ଅନିଲ ମହାନ୍ତି ସୋରଡ଼ା ବିଧାୟକ ଙ୍କ ଦୃଢ଼ ସମର୍ଥକ ବୋଲି ଚାର୍ଚ୍ଚା ହେଉଛି। ଏହି ହତ୍ୟା କାଣ୍ଡ ବାଲି ବ୍ୟବସାୟ ଓ ପୂର୍ଵ ଶତ୍ରୁତା କୁ ନେଇ ହୋଇଥିବା ଚାର୍ଚ୍ଚା ହେଉଛି। ଅନିଲ ମହାନ୍ତି ନାମରେ ପୂର୍ବରୁ ଏକ ମାମଲା ଧରାକୋଟ ଥାନାରେ ରହିଛି। ଗତ କାଲି ଆସିକା ବରଗାଁ ର ଗ୍ୟାଙ୍ଗ ଷ୍ଟାର ସୁନିଲ ନାହାକ କୁ କୋଦଳା ଥାନା ଦାନପୁର ଗାଁ ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ସୁନିଲ ର ହତ୍ୟା ର ଚବିଶି ଘଣ୍ଟା ନ ପୁରୁଣୁ ପୁଣି ଧରାକୋଟ ଥାନା ଇଲାକାର ବରୀଗୁଡା ରେ ଅନିଲ ମହାନ୍ତି କୁ ସମାନ ଢାଞ୍ଚା ରେ ହତ୍ୟା କରାଯାଇଛି। ଏବେ ଗଞ୍ଜାମ ଅଶାନ୍ତ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି। ନିସର୍ତ୍ତ ରେ ରୀତିମତ ମଦ ଓ ବାଲି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ଅପରାଧତତ୍ତ୍ୱ ମାନେ ସମ୍ପୃକ୍ତ ଅଛନ୍ତି,ବୋଲି ଖବର ପ୍ରକାଶ ପାଉଛି। ଏହି ଦୁଇ ବ୍ୟବସାୟ ରେ ପ୍ରଚୁର ଲାଭ ଥିବା ଯୋଗୁଁ ନେତା ଓ ମାଫିଆ ମାନେ ସକ୍ରିୟ ହୋଇ ବାହୁ ବଳରେ ମୁଠା ମୁଠା ଟଙ୍କା ଆଦାୟ କରି ଜଣେ ଜଣେ କୁବେର ହେବା ଫଳରେ ଶତ୍ରୁତା ବଢ଼ି ମୁଣ୍ଡ ଗଡୁଥିବା ଚାର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ନିୟନ୍ତ୍ର ବହାରକୁ ଚାଲି ଯାଇଛି କହିଲେ ଅତ୍ୱକ୍ତି ହେବ ନାହିଁ। ଚୋରା ବାଲି ଓ ଚୋରା ମଦ ବ୍ୟବସାୟ ରେ ଲଗାମ ନ ଲାଗିବା କାରଣ ରୁ ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହୋଇଛି ଓ ଆଗକୁ ଅଵସ୍ଥା ଆହୁରି ବିଗିଡ଼ିବାର ଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ମଧ୍ୟ ପାଖେଇ ଲାଣି ରାଜନୈତିକ ଗାଁ ଗାଁ ରେ ଲାଗି ରହିଛି କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବ୍ରହ୍ମପୁର ପୋଲିସ ଜିଲ୍ଲାର ବି ସେହି ଏକା ଅବସ୍ଥା କହିଲେ କିଛି ଭୁଲ ହେବ ନାହିଁ, ତେଣୁ ରାଜ୍ୟ ପୋଲିସ ବିଭାଗ ଓ ରାଜ୍ୟ ଅବକାରୀ ବିଭାଗ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ବୁଦ୍ଧି ଜୀବି ଓ ସାଧାରଣ ରେ ଅନୁରୋଧ ହୋଇଛି l

nis-ad
Leave A Reply

Your email address will not be published.