ଭୁବନେଶ୍ୱର : ୨୮-୯ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟିକା ବିରୋଧୀ ଗୋଷ୍ଟି ମେଳି ବାନ୍ଧି ଏକଜୁଟ ହେଲେ ଶଙ୍ଖ ଭବନରେ। ଆସିକା ବିଜୁ ଜନତା ଦଳର ଆଗ ଧାଡ଼ିର ବରିଷ୍ଠ ବ୍ୟକ୍ତି ବିଶେଷ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଓ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ ଙ୍କ ସହ ମିଶିଛନ୍ତି। ଆସିକା ନିର୍ବାଚନ ମଣ୍ଡଳୀ ମୌଳିକ ସମସ୍ୟା ଉପରେ ପୁଙ୍ଖାନ ପୁଙ୍କ ଆଲୋଚନା କରିବା ସହ ଆଗମୀ ଦିନରେ ଦଳକୁ ଆହୁରି ମଜବୁତ୍ କରି ଦଳୀୟ ସଙ୍ଗଠନ କୁ ସୁଦୃଢ଼ କରିବା ପାଇଁ ଆଲୋଚନା କରିଲେ। ପ୍ରକାଶ ଥାଉକି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତ କିଛି ଦିନ ହେଲା ବିଧାୟିକା ଓ ତାଙ୍କ ପୁତ୍ର ଙ୍କ ମନମୁଖୀ କାର୍ଯ୍ୟ ରେ ଅସନ୍ତୁଷ୍ଟ ହୋଇ ବିଜେଡି ର ଆଗ ଧାଡ଼ିର ବହୁ ନେତା ଓ କର୍ମୀ ସ୍ୱର ଉତ୍ତୋଳନ କରି ଆସୁଛନ୍ତି।ଏହି ଘଟଣା ସମ୍ପର୍କରେ ଦଳ ମୁଖିଆ ପାଖରେ କୁଆଡ଼େ ସବୁ ଖବର ରହିଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚାର୍ଚ୍ଚା ରେ ରହି ଆସିଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ରାଜ୍ୟର ରାଜନୈତିକ ଚାଣକ୍ୟ ମାନଙ୍କ ସବୁ ବେଳେ ନଜର ରହିଥାଏ। ଆଗାମୀ ସାଧାରଣ ନିର୍ଵାଚନ ରେ ଜଣେ ନୂଆ ବ୍ୟକ୍ତି ଙ୍କୁ ସୁଯୋଗ ଦେବା ପାଇଁ ଜୋର ଦାର ଦାବୀ ହୋଇ ଆସୁଛି। ଦୀର୍ଘ ବର୍ଷ ହେଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି କବ୍ଜା ରେ ରହିଛି। ସେଥି ପାଇଁ ବିଜେଡି ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀ କୁ ଦଖଲ କରିବାକୁ ଚେଷ୍ଟା କରିବ।ଆଗକୁ ଦଳ ଜନସମ୍ପର୍କ ଯାତ୍ରା ଆରମ୍ଭ କରିବ ତେଣୁ ଉଭୟ ଗୋଷ୍ଟି ରେ ଥିବା ସମସ୍ୟା ଉପରେ ନଜର ଦେବାକୁ ପ୍ରୟାସ କରାଯାଉଛି ବୋଲି ଚାର୍ଚ୍ଚା ହେଉଛି।ଆସିକା ନିର୍ଵାଚନ ମଣ୍ଡଳୀ ଉପରେ ବିଜେପି ଓ କଂଗ୍ରେସ ଦୀର୍ଘ ବର୍ଷ ହେଲା ଦଖଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।ଏଥର ଜଣେ ଦକ୍ଷ ନେତା ଓ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତି ବିଶେଷ ଙ୍କୁ ସୁଯୋଗ ଦେବାକୁ ବିଜେଡି ପ୍ରାର୍ଥୀ ଖୋଜିବା ଆରମ୍ଭ କରି ଦେଇଥିବା ରାଜନୈତିକ ପଣ୍ଡିତ ମାନେ ମତପୋଷଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.