ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର : ୯୧ୟୁନିଟ ରକ୍ତ ସଂଗ୍ରହ…

ଛତ୍ରପୁର : ବ୍ରହ୍ମପୁର ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ନିମନ୍ତେ ଏକ ଉଦାରଣ ସାଜିଛନ୍ତି । ପ୍ରଥମେ ସଦସ୍ୟ ମାନେ ଆସୋସିଏସନ କୁ ସ୍ୱିକୃତି ପ୍ରାପ୍ତ ପଂଜିକୃତ କରି ସମସ୍ତେ ଏକ ବୋଲି ପରିଚୟ ସୃଷ୍ଟି କରିଥିବା ବେଳେ ଏହି ଶିବିର ଆୟୋଜନ କରି ସେମାନେ ନିଜ ନିଜ ବ୍ୟବସାୟୀ କରିବା ସହିତ ସମାଜ ର ସେବା କରିବା ନିମନ୍ତେ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ରକ୍ତଦାନ ମହତ୍ ଦାନ ଏଭଳି ପୂଣ୍ୟ କାର୍ଯ୍ୟରେ ଛତ୍ରପୁର ଡିଷ୍ଟୁବୁଟର ଆସୋସିଏସନ ଆୟୋଜନ କରିଥିବା ରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଜଣେ ରୋଗୀଙ୍କୁ ରକ୍ତ ଦେଇ ମୃତ୍ୟୁ ମୁଖରୁ ବଞ୍ଚାଇବା । ଆସୋସିଏସନ ଏଭଳି ସମାଜସେବା କାର୍ଯ୍ୟରେ ସାମିଲ ହେବା ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ସଭାପତି ନୀରୋଦ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ୯୧ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୈାଡ, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ର, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଯୁବନେତା ଗିରିଧର ରାଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଆସୋସିଏସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଡିଷ୍ଟୁବୁଟର ଆସୋସିଏସନର ସମ୍ପାଦକ ଅଦିକନ୍ଦ ସାହୁ, କୋଷାଧ୍ୟକ୍ଷ ଅନୀଲ କୁମାର ପାଣିଗ୍ରାହୀ , ଉପଦେଷ୍ଟା ଭି.ତ୍ରିନାଥ ରାଓ, ଏସ.ସୂରୀୟ ପ୍ରକାଶ, ସନ୍ତୋଷ କୁମାର ରାଉଳ ଓ ବିମଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ପ୍ରାରମ୍ଭ ରେ ୟୋଗୀ ଓ ସମ୍ପାଦକ ଆଦିକନ୍ଦ ସାହୁ ପ୍ରଥମେ ରକ୍ତ ଦାନ କରିଥିବା ବେଳେ ଆସୋସିଏସନ ବହୁ ସଦସ୍ୟ ମାନେ ରକ୍ତଦାନ କରିଥିଲେ ।

nis-ad
Leave A Reply

Your email address will not be published.