ଆଇଆରଇଏଲ ପକ୍ଷରୁ ଏସଏଚଜି ମା’ମାନଙ୍କୁ ସିଲେଇ ମେସିନ ପ୍ରଦାନ

ଛତ୍ରପୁର : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ପକ୍ଷରୁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଅଂଚଳର ବିକାଶ ନିମନ୍ତେ ବହୁ ଜନ ମଙ୍ଗଳ କାର୍ଯ୍ୟ କରାଯାଉଛି । ଅଂଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ସଶସ୍ତିକରଣ କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ କରାଯାଉଛି । ମହିଳା ମାନେ ଆଗକୁ ଆସିଲେ ଘରର ବିକାଶ ସହିତ ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ର ର ମଧ୍ୟ ବିକାଶ ହେବ ବୋଲି ଆଇଆରଇଏଲ କମ୍ପାନୀର ମୁଖ୍ୟ ସି ଭି ଆର ମୂର୍ତ୍ତି ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇ ଏହା କହିଥିଲେ । ଆଖ ପାଖ ଅଂଚଳର ବିକାଶ ନିମନ୍ତେ କମ୍ପାନୀ ର ସିଏସଆର ପାଣ୍ଠିରୁ ଚଳିତବର୍ଷ ୬କୋଟି ଟଙ୍କା ଖର୍ଚ୍ଚ କରାଯିବ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରହିଛି ବୋଲି ମଧ୍ୟ ସେ କହିଥିଲେ । ଜନାସଧାରଣଙ୍କ ହିତ ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯାଉଛି । ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି ।

ଗତ ବର୍ଷ ସିଲେଇ ଟ୍ରେନିଂ ନେଇଥିବା ଆର୍ଯ୍ୟପଲ୍ଲୀ, କଣମଣା, ଶ୍ରୀରାମଚନ୍ଦ୍ରପୁର, ଅଗସ୍ତିନୂଆଗାଁ, ଚମାଖଣ୍ଡି , କାଳିପଲ୍ଲୀ ଓ ପୋଡାପଦର ପଞ୍ଚାୟତ ର ଏସଏଚଜି ମା ମାନଙ୍କୁ ଆଜି କଲୋନୀ ସ୍ଥିତ କମ୍ୟୁନିଟ୍ ହଲ୍ ଠାରେ ସିଲେଇ ମେସିନ ଗୁଡିକ ପ୍ରଦାନ କରାଯାଇଛି । ଏହି ବାବଦକୁ ମୋଟ ୧୨୦ଟି ସିଲେଇ ମେସିନ ପ୍ରଦାନ କରାଯିବ , ଭୂବନେଶ୍ୱର ପ୍ରତାପ ସିଲେଇ କେନ୍ଦ୍ରକୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଛି । ଆୟୋଜିତ ସିଲେଇ ମେସନ ବଣ୍ଟନ କାର୍ଯ୍ୟକ୍ରମରେ ଛତ୍ରପୁର ଏବିଡିଓ ଜୟଶ୍ରୀ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏସଏଚଜି ମା ମାନଙ୍କୁ ସିଲେଇ ମେସିନ ଗୁଡିକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆରଇଏଲ କମ୍ପାନୀର ମୁଖ୍ୟ ସି ଭି ଆର ମୂର୍ତ୍ତି ଅଧ୍ୟକ୍ଷତା କରିଥିବା ବେଳେ ଡିଜିଏମ (ସିଏସଆର) ଏନ.କେ.ନାୟକ ଓ ଜିଏମ (ବୈଷୟିକ ସୁରକ୍ଷା) ଭରଘେସେ ଆନଥୋନି ଅତିଥୀ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଡ ମ୍ୟାନଜର (ସୁରକ୍ଷା) ବିକାଶ ସକ୍‌ସେନା ସଂଯୋଜନା କରିଥିବା ବେଳେ ଡିଜିଏମ ଜି.କେ .ନାୟକ ଅଂଚଳ ର ପଞ୍ଚାୟତ ପ୍ରତିନିଧୀ ମାନଙ୍କୁ ସମ୍ମାନୀତ କରିଥିଲେ । ଏହିଅବସର ଅଂଚଳ ବହୁମହିଳା ଏବଂ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.