ଏସ୍‌ସିଆଇର ବ୍ଳକ୍ ସ୍ତରୀୟ ଗଣ ବିକ୍ଷୋଭ…

ହିଞ୍ଜିଳିକାଟୁ ୨୭!୯ ଏସୟୁସିଆଇ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ମଙ୍ଗଳବାର ବ୍ଳକ ସ୍ତରୀୟ ଗଣବିକ୍ଷୋଭ କରାଯାଇଛି। ଆଞ୍ଚଳିକ କମିଟି ସଭ୍ୟ ନାରାୟଣ ସାହୁଙ୍କ ନେତୃତ୍ବରେ କମିଟିରେ ସଦସ୍ୟମାନେ ହିଞ୍ଜିଳିକାଟୁ ଡାକ ବଙ୍ଗଳାଠାରୁ ରାଲିରେ ବାହାରି ଥିଲେ। ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖାଯାଇଥିବା ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଜନସଚେତନତା କରିଥିଲେ। ପରେ ରାଲି ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟଠାରେ ଠାରେ ପଥପ୍ରାନ୍ତ ସଭାରେ ଏସ୍ ସିଆଇ (କମ୍ୟୁନିଷ୍ଟ) ମିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ କାମରାଜ ସାହୁ, କିସାନ ସାହୁ, ଅନିଲ ସାହୁ, ସନ୍ତୋଷ ପଣ୍ଡା,ଶୁଭସ୍ଥିତା ପାଣିଗ୍ରାହୀ ପ୍ରମୁଖ

ଏସ୍‌ସିଆଇ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ସ୍ବାସ୍ଥ୍ୟ, କୃଷି ଗରିବ କଲ୍ୟାଣ, ଶିକ୍ଷା, ଶିକ୍ଷକ ନିଯୁକ୍ତି ଆଦି ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। କରୋନା ସମୟରୁ ବହୁ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଛି। ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି। ଡାକ୍ତରଖାନାକୁ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଡାକ୍ତରୀ ଉପକରଣ ଯୋଗାଇଦେବା ସହ ନିରାମୟରେ ୨୪ ଘଣ୍ଟିଆ ଔଷଧ ବିତରଣ ସେବା ଯୋଗାଇଦେବା ଆଦି ଦାବି ନେଇ ଏକ ଦାବିପତ୍ର ବିଡିଓ ସୁବ୍ରତ କୁମାର ଜେନାଙ୍କୁ ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.