ପେନରା ଘାଟିରେ ମୋଟର ସାଇକେଲରୁ ପଡି ଦୁଇ ଗୁରୁତର…

ଦାରିଙ୍ଗବାଡି, ୨୭/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ପେନାରା ଘାଟିରେ ଆଜି ସମୟ ପ୍ରାୟ ୮ଘଣ୍ଟା ସମୟରେ ନିଜ ଗାଁରୁ ବ୍ରାହ୍ମଣୀଗାଁ କୌଣସି କାରଣ ବସତ ମୋଟର ସାଇକେଲରୁ ପଡି ଦୁଇଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ହାତିମୁଣ୍ଡା ପଞ୍ଚାୟତ ଗାହିଜୁ ଗ୍ରାମର ଦୀପକ ମଲିକ (୧୮) ଓ ଅଜୟ ମଲିକ(୨୫)। ଏହି ଦୁର୍ଘଟଣା ଖବର ପାଇ ବ୍ରହ୍ମଣୀଗାଁ ଡ୍ରାଇଭର ସଂଘର ସଭାପତି ଟିଲୁ ନାୟକଙ୍କ ସହିତ ସଂଘର ସଦସ୍ୟ ରିକି ସଭାସୁନ୍ଦର ଓ ଜୀବନ୍ତ ମଲିକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଏକ ଗାଡି ଯୋଗେ ଆଣି ବ୍ରାହ୍ମଣୀଗାଁ ଡାକରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରି ଛନ୍ତି। ଡାକ୍ତର ପ୍ରାଥମିକ ଚିକିତ୍ସା କରି ଦୀପକର ଖଞ୍ଜା ଖସି ଯାଇଥିବାରୁ ବ୍ରହ୍ମପୁର ରେଫର କରିଥିବା ସୂଚନା ରହିଛି। ଡ୍ରାଭର ସଙ୍ଘ ସଦସ୍ୟଙ୍କ ଏହି ମହାନତା କାମପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି।

nis-ad
Leave A Reply

Your email address will not be published.