ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୬ଜୁଆଡ଼ି ଗିରଫ : ୧ଲକ୍ଷ ୧୭ହଜାର ଓ ୩ଟି ମୋବାଇଲ ଜବତ କଲା ବୈଦ୍ୟନାଥପୁର ଥାନା ପୋଲିସ

ବ୍ରହ୍ମପୁର : ପାର୍ବଣ ଋତୁ ଆସିବା ପୂର୍ବରୁ ଜୁଆ ଆଡ୍ଡା ଚିଂହ୍ନଟ ଉପରେ ଅଧିକା ଦୃଷ୍ଟି ରଖିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବଡ଼ ବଡ଼ ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ୨ୟ ଲାଇନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି । ଏହା ସହ ନଗଦ ୧ଲକ୍ଷ ୧୭ହଜାର ୯୫ ଟଙ୍କା, ୩ଟି ମୋବାଇଲ୍ ଫୋନ୍, ୨ଟି ବାଇକ ଜବତ କରିବା ସହିତ ୬ ଜଣ ଜୁଆଦି ଙ୍କୁ କାବୁ କରିଛି ପୋଲିସ । ଆଗକୁ ପାର୍ବଣ ଋତୁ ରହିଛି । ଏ ନେଇ ପୁଲିସ ମଧ୍ୟ ପ୍ରସ୍ତୁତି ରହିଛି । ଖବର ପାଇଲା ମାତ୍ରେ ହିଁ ଚଢାଉ କରାଯିବ ବୋଲି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି |

nis-ad
Leave A Reply

Your email address will not be published.