ସମୟ ଅବଧି ସତ୍ତ୍ଵେ ସରି ପାରିଲାନି ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକରଣ କାର୍ଯ୍ୟ…

କର୍ତ୍ତୃପକ୍ଷ ପାଲଟିଛନ୍ତି ଧୃତରାଷ୍ଟ୍ର, ବିଦ୍ୟୁତ୍ ଉପଭୋକ୍ତା ଜଳକା

ମାଲକାନଗିରି/ବାଲିମେଳା: ଆଦିବାସୀ ଅଧ୍ୟୁଷିତ, ମାଓ ଉପଦ୍ରୁତ, ଆନ୍ଧ୍ର ଓଡ଼ିଶା ଉପାନ୍ତ ତଥା ସୀମାନ୍ତ ଜିଲ୍ଲା ସମେତ ମାଲକାନଗିରି ଜିଲ୍ଲାର ଅନ୍ୟତମ ଏବଂ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ଜଳବିଦ୍ୟୁତ କେନ୍ଦ୍ର ବାଲିମେଳା । ୧୯୭୩ ମସିହା ଅଗଷ୍ଟ ୧୪ ତାରିଖ ଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଏହି ଜଳ ବିଦ୍ୟୁତ୍ କେନ୍ଦ୍ର ଚଳିତ ବର୍ଷ ଅଗଷ୍ଟ ମାସରେ ୫୦ବର୍ଷ ପୂର୍ତ୍ତିର ଏକ ପ୍ରକାର ଉଲ୍ଲସିତ ହେଉଥିବା ବେଳେ ପୁନରୁଦ୍ଧାର ଓ ଆଧୁନୀକରଣ ନାଆଁରେ ଲକ୍ଷ କିମ୍ବା କୋଟି ନୁହଁ ଶହ ଶହ କୋଟି ଟଙ୍କାର କାର୍ଯ୍ୟକ୍ରମ ବାହାନାରେ ସାଧାରଣ ଲୋକଙ୍କୁ ଏକ ପ୍ରକାରର ନୈରାଶ୍ୟଜନକ ପରିସ୍ଥିତିକୁ ଠେଲି ଦେଇଛି । ଏଭଳି ଏକ ସଙ୍ଗୀନ ଆରୋପ ସାମ୍ନାକୁ ଆସିଛି ଯେତେବେଳେ ଅବସର ଗ୍ରହଣ ପରବର୍ତ୍ତୀ କାଳୀନ ନିଯୁକ୍ତି ଜରିଆରେ ଏକାଧିକ କର୍ମଚାରୀଙ୍କୁ ପେନସନ ସମେତ ଦରମା ଦେଇ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରରେ ପୁନଃ ନିଯୁକ୍ତି ଦିଆଯାଇଛି । କେବଳ ସେତିକି ନୁହେଁ ସରକାରୀ ଆଇନ୍ ଉଲ୍ଲଂଘନ ଜରିଆରେ ଅବସର ପ୍ରାପ୍ତ ଓ ପୁନଶ୍ଚ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ବୟସ ସୀମା ଅତିକ୍ରାନ୍ତ ହୋଇଯାଇଥିବା ସତ୍ତ୍ଵେ ସେମାନଙ୍କ ବଦଳରେ ନୂତନ ନିଯୁକ୍ତି ସୃଷ୍ଟି କରାଯାଉନାହିଁ। ପ୍ରକାରାନ୍ତରେ ପ୍ରଶ୍ନ ଉଠୁଛି ଯେ, ଏହା ଆର୍ଥିକ ଲୁଣ୍ଠନ ନିମନ୍ତେ ଏକ ଜଟିଳ ଚକ୍ରାନ୍ତ ନା ପ୍ରଶାସନିକ ଉଦାସୀନତା ।

ଅନ୍ୟ ପକ୍ଷରେ ଗତ ତା:୦୮ ଜୁନ୍ ୨୦୧୯ରିଖ ଦିନ ବାଲିମେଳା ପାୱାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ ୟୁନିୟନ ତରଫରୁ ଏକ ସଙ୍ଗୀନ ବିବାଦ ଘନୀଭୂତ ହୋଇଥିଲା ଯେ, ପ୍ରକଳ୍ପର ପୁନରୁଦ୍ଧାର ଓ ଆଧୁନୀକରଣ କାର୍ଯ୍ୟରେ ଟେଣ୍ଡର ଆହ୍ବାନରେ ଅଭୂତପୂର୍ଣ୍ଣ ପ୍ରଦର୍ଶନ କରି କାମ ହାତେଇଥିବା B.H.EL. ଏବଂ ଏହା ଅଧିନରେ କାର୍ଯ୍ୟରତ ପୂର୍ବାଞ୍ଚଳ ଇଂଜିନିୟରସ ନାମକ ଠିକା ସଂସ୍ଥାର ମନ୍ଥରତା ଏବଂ କାର୍ଯ୍ୟ ଦକ୍ଷତାର ଅଭାବ ପାଇଁ BHEP ତଥା OHPCର ରାଜସ୍ୱ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ,ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକରଣ କାର୍ଯ୍ୟ B.H.E.L. (Bharat Heavy Electricals Limited) କୁ ସେପ୍ଟେମ୍ବର ୨୦୧୬ ରେ ପ୍ରଦାନ କରାଯାଇଅଛି | ଯୋଜନା ଅନୁଯାୟୀ ବାଲିମେଳା ପାୱାର ହାଉସ୍ ର ୬ ଗୋଟି ଜେନେରେଟର ଆଧୁନିକରଣ ୫୪ ମାସ ମଧ୍ୟରେ ଶେଷ କରିବା ନିମନ୍ତେ ଯଦିଓ ଚୁକ୍ତି ରହିଥିଲା କିନ୍ତୁ କରୋନା ପ୍ରାଦୁର୍ଭାବ କାରଣରୁ ଏହାକୁ ପୁନଶ୍ଚ ଦୁଇ ବର୍ଷ ସମୟସୀମା କୋହଳ କରାଯାଇଥିଲା । ଅର୍ଥାତ୍ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ପୁନରୁଦ୍ଧାର ଓ ଆଧୁନୀକରଣ କାର୍ଯ୍ୟ ସମାପ୍ତ ହେବାର ସୂଚନା ରହିଥିଲା। ଇତିମଧ୍ୟରେ କେବଳ ପ୍ରଥମ ଓ ଦ୍ବିତୀୟ ଦୁଇଟି ଜେନେରେଟର ଏକ ପ୍ରକାରର କାର୍ଯ୍ୟକ୍ଷମ ହେଉଥିବା ବେଳେ ଅନ୍ୟ ୪ଟି ଜେନେରେଟର ମଧ୍ୟରୁ ତୃତୀୟ ଓ ଚତୁର୍ଥ ଜେନେରେଟର ବର୍ତ୍ତମାନ ପୁନରୁଦ୍ଧାର ଜାରି ରହିଛି । ଚୁକ୍ତି ଅନୁଯାୟୀ ବର୍ତ୍ତମାନ ଚାଲିଥ‌ିବା ୨ ଗୋଟି ଜେନେରେଟର କାର୍ଯ୍ୟ ଆରମ୍ଭର ତିନିବର୍ଷ ସୁଦ୍ଧା ସରିବାର ଥିଲା କିନ୍ତୁ ସମ୍ପୂର୍ଣ୍ଣ ସମୟ ଅବଧି ସତ୍ତ୍ଵେ ଯୋଜନାର ୫୦% ପ୍ରତିଶତ କାର୍ଯ୍ୟ ମଧ୍ଯ ଠିକା ସଂସ୍ଥା ପୂର୍ବାଞ୍ଚଳ ଇଂଜିନିୟରସ ସାରି ପାରି ନାହିଁ । ଯେଉଁଥ‌ିପାଇଁ OHPC କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଭରଣ କରିବାକୁ ବାଧ୍ୟ ହେଉଛି | ମାନ୍ୟବର ବିଦ୍ୟୁତ୍ ନିୟାମକ ଆୟୋଗ (OERC) ଇତି ମଧ୍ୟରେ ଅର୍ଥଦଣ୍ଡ ମଧ୍ଯ ଜାରୀ କରିଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି  | ଏହା ଜଳ ବିଦ୍ୟୁତ୍ ନିଗମର ରାଜସ୍ଵ କ୍ଷତି ଆହୁରି ବଢାଇ ଦେଇଛି ।

ଏହି ପର୍ଯ୍ୟାୟରେ B.H.E.L. ର କେବଳ କାର୍ଯ୍ୟ ଦକ୍ଷତା ନୁହେଁ ବରଂ କେଉଁ ପରିପ୍ରେକ୍ଷୀରେ ଏହି ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା ବୁଦ୍ଧିଜୀବୀ ମହଲରେ ତାହା ଚିନ୍ତାର ବିଷୟ ପାଲଟିଛି । D.P.R. ରେ ୬୦୦କୋଟିର ଆନ୍ତର୍ଜାତୀୟ ଟେଣ୍ଡର ବିଜ୍ଞପ୍ତିକୁ କେଉଁ ଲାଭ ଆଶା ରଖି B.H.E.L. ମାତ୍ର ୨୯୦ କୋଟିରେ ସମ୍ପୂର୍ଣ୍ଣ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକରଣ କରିବା ନିମନ୍ତେ ରାଜି ହୋଇଯାଇଥିଲା? ବର୍ତ୍ତମାନ ସମୟ ଅବଧି ଅତିକ୍ରାନ୍ତ କାରଣରୁ କାହିଁକି କୌଣସି କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର କର୍ତ୍ତୃପକ୍ଷ? ତେବେ ଏନେଇ ପ୍ରତିକ୍ରିୟା ପାଇଁ ଯଦିଓ ୟୁନିଟ୍ ହେଡ୍ ଶ୍ରୀ ଶିବ ପ୍ରସାଦ ରାଓଙ୍କ ସମେତ ବିଦ୍ୟୁତ୍ ବିଭାଗ ଜେନେରାଲ ମ୍ୟାନେଜର ଶ୍ରୀ କୃପାସିନ୍ଧୁ ବିଶ୍ଵାଳଙ୍କ ନିକଟରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ କିନ୍ତୁ ଅଧିକାରୀ ମାନେ କର୍ପୋରେଟ ଅନୁମତି ନଥିବା ସୂଚାଇ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇ ନଥିଲେ ।

nis-ad
Leave A Reply

Your email address will not be published.