ପାରିବାରିକ ଗଣ୍ଡଗୋଳକୁ ନେଇ ମହିଳାଙ୍କ ମୃତ୍ୟୁ…

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ରୁ ବିଷ ପିଇ ଜଣେ ମହିଳା ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସାନୁ ହରିଜନ ବୟସ ୨୧ , ସ୍ବାମୀ ଥବିର ହରିଜନ। ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନ ରେ ସାନୁ, ସ୍ବାମୀ ଥବିର ସହ ଝଗଡା ଲାଗିବା ପରବର୍ତ୍ତୀ ସମୟରେ ସାନୁ ବିଷ ପିଇ ଥିବା କଥା ସ୍ଥାନୀୟ ସାହି ବାସିନ୍ଦା କହିଛନ୍ତି । ସାନୁ ହେଉଛନ୍ତି ଥବିର ଙ୍କ ଦ୍ବୁତୀୟ ପତ୍ନୀ ପୂର୍ବ ରୁ ଥବୀର ଆଉ ଜଣଙ୍କୁ ବିବାହ କରିଥିଲେ । ତିନି ଜଣ ଏକାଠି ଏକ ଘରେ ବସବାସ କରୁଥିଲେ । ଥବିର ଙ୍କ ପ୍ରଥମ ସ୍ତ୍ରୀ ର ଦୁଇ ଗୋଟି ସନ୍ତାନ ଥିବା ଜଣାପଡିଛି । ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିବା ସହ ଶବ ଜବତ କରି ୧୧/୨୩ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛନ୍ତି ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିବା ପ୍ରକାଶ ।

nis-ad
Leave A Reply

Your email address will not be published.