କାଳିମେଳା ବସ୍ ଷ୍ଟାଣ୍ଡ ପରିସରରେ ଡ୍ରାଇଭରମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

କାଲିମେଳା (୨୪/୯) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନ କାଲିମେଳା ସଦରର ଜୟ ମାଁ ଦୁର୍ଗା ଅଟୋ ୟୁନିୟନର ସମସ୍ତ ଅଟୋ ଚାଳକ ମାନଙ୍କୁ ନେଇ ଏକ ସଚେତନତା କାର୍ଯକ୍ରମ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡମା ରାବା , ସ୍ଥାନୀୟ କାଲିମେଳା ପୋଲିସ ଥାନା ଭାରପ୍ରାପ୍ତ ଅଧୀକାରୀ ସତ୍ୟ କୁମାର ନନ୍ଦ ଏବଂ ମାଲକାନଗିରି ଆଞ୍ଚଳିକ ପରିବହନ ଅଧିକାରୀ ଯୋଗଦେଇ ଗାଡି ଚଳାଇବା ସମୟରେ ନିଶାଦ୍ରବ୍ୟ ପାନ ନ କରିବା , ମୋବାଇଲରେ କଥା ନ ହେବା ପାଇଁ ,ଦ୍ରୂତ ଗତି ନ ଯିବା ସହ ସଡ଼କ ସୁରକ୍ଷାର ସମସ୍ତ ନିୟମ ଅନୁସରଣ କରିବା ଇତ୍ୟାଦି ସମ୍ପର୍କରେ ସଚେତନତା କରିଥିଲେ । ଏହି ଅବସରରେ କାଲିମେଳା ବ୍ଲକ ବିଜୁ ଜନତା ଦଳ ସଭାପତି ଶରତ ଚନ୍ଦ୍ର ବିଶ୍ବାଳ, କାଲିମେଳା ବିଜୁ ଯୁବ ସଭାପତି ମିରିକଙ୍କ ମଣ୍ଡଳଙ୍କ ସମେତ ଅଟୋ ଆସସିୟସନ ସଭାପତି ଗଙ୍ଗା ମାଢୀ ,ଉପସଭାପତି ଏମ:ଡି:ଉସମାନ ଖାଁନ ,ସମ୍ପାଦକ ସଞ୍ଜୟ ପ୍ରଧାନ ,ଯୁଗ୍ମ ସମ୍ପାଦକ ଅଖୀଲ ମିସ୍ର୍ତି ,କଷାଧକ୍ଷ ଖଗପତି ଡଣ୍ଡସେନା ପ୍ରମୁଖ ସଙ୍ଘର ଶତାଧୀକ କର୍ମକର୍ତା ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.