ଯାଂଚ ବେଳେ ଧରାପଡିଲେ ଡ୍ରାଇଭର, ମଦ ପିଇ ଚଳାଉଥିଲେ ବସ, ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିଲା ବସ…

ଛତ୍ରପୁର : ଗଂଜାମ ଜିଲ୍ଲା TXରେ ରାଜ୍ୟରେ ସବୁଠି ଅଧିକ ଲୋକ ସଡକ ଦୃର୍ଘଟଣାରେ ମୃତ୍ୟୁ ହୋଇଥାନ୍ତି । ଏହାକୁ ରୋକିବା ନେଇ କଡାକାଡି ଯାଂଚ କରାଯାଉଛି । ଗଞ୍ଜାମ ଏସପି ଜଗମୋହନ ମିନା ନିଜ ନିଜ ଅଚଂଳର ଥାନା ଅଧିକାରୀମାନଙ୍କୁ ମଧ୍ୟ କଡାକାଡି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ରାତ୍ର ସମୟରେ ମଧ୍ୟପାନ କରି ଗାଡି ଚଳାଉଥିବା ବେଳେ ଏହାକୁ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହିପରିପେକ୍ଷିରେ ଗତକାଲି ବିଳମ୍ବିତ ରାତ୍ରରେ ଭୁବନେଶ୍ୱର ରୁ ହାଇଦ୍ରାବାଦ ଯାଉଥିବା ଅରେଞ୍ଜ ନାମକ ପିୱାଇ ୦୪ଏ ୨୯୬୨ ବସ ୭ଜଣ ଯାତ୍ରୀକୁ ଧରି ଯାଉଥିବା ବେଳେ ଛତ୍ରପୁର ପୁଲିସ ଡ୍ରାଇଭର କୁ ଯାଂଚ ବେଳେ ସେ ମଦ୍ୟପାନ କରି କାଡିଚଳାଉଥିବା ଧରାପଡିଥିଲା । ଉକ୍ତ ବସରେ ୭ ଜଣ ଯାତ୍ରୀକୁ ଓହ୍ଲାଇ ଦିଆଯାଇଥିଲା । ପୁଲିସ ତୁରନ୍ତ ଉକ୍ତ ବସ କୁ ଜବତ କରିବା ସହ ବସ ଚାଳକ କୁ ଅଟକ ରଖିଥିଲା । ଏନେଇ ଥାନାରେ ୬୨୩/୨୩ ମାମଲା ରୁଜୁ ହୋଇଥିବା ଥାନା ଏସଆଇ ଲକ୍ଷ୍ମୀପ୍ରିୟା ମଲ୍ଲିକ ସୂଚନା ଦେଇଛନ୍ତି । ଯାତ୍ରୀମାନଙ୍କୁ ବସର ସୁପରଭାଇଜର କୁ ଡକାଯାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ସୂଚନା ଥାଉକି ଗଞ୍ଜାମରେ ବହୁ ଲୋକ ସଡକ ଦୃର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି । ବିଶେଷକରି ମଧ୍ୟପାନ କରି ଗାଡି ଚାଳନ ଯୋଗୁଁ ବହୁ ସଡକ ଦୃର୍ଘଟଣା ଘଟିଥାଏ, ଏହାକୁ ଧ୍ୟାନ ଦେଇ ରାତ୍ର ସମୟରେ ଗାଡି ଚେକିଂକୁ ଗଞ୍ଜାମ ପୁଲିସ ଜୋରଦାର କରିଛି । ଏହାଦ୍ୱାରା ଗାଡି ଚାଳକଙ୍କ ଭୟ ହେବାସହ ସଚେତନତା ହୋଇପାରିବେ ।

nis-ad
Leave A Reply

Your email address will not be published.