ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର୍ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ଏକ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଦାବୀପତ୍ରରେ ଉଲ୍ଲେଖ ରହିଛି ପାଚିକା ମାନେ ଏହି ଅଳ୍ପ ଦିନ ହେଲା ସେମାନେ ସେମାନଙ୍କ ମାସିକ ଦରମା ପାଇବା ଆରମ୍ଭ କରିଛନ୍ତି। ଅଧିକାଂଶ ଏବେ ମଧ୍ୟ ପାଇ ନାହାନ୍ତି। କେନ୍ଦ୍ର ସରକାର ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ପାଚିକା ଓ ସେତେବେଳର ସହାୟିକା ଯେଉଁମାନେ ଟ୬୦୦/- ଓ ଟ୪୦୦/- ପାଉଥିଲେ ସେହି ସମସ୍ତଙ୍କୁ ପାଚିକା କରି ସେମାନଙ୍କର ଦରମା ସମାନ କରି ଟ୧୦୦୦ ଟଙ୍କା କରିଥିଲେ। କିନ୍ତୁ ଓଡ଼ିଶା ସରକାର ଏହା ୨୦୧୨ ଏପ୍ରିଲରୁ ଦେଇଥିଲେ । ପାଚିକା ମାନଙ୍କର ଏହି ୨୮ ମାସର ବକେୟା ଟଙ୍କା କେଶ୍ କରି ହାଇକୋର୍ଟରେ ପାଚିକା ୟୁନିୟନ ଜିତିବା ଫଳରେ ଓଡ଼ିଶା ସରକାର ଦେବାକୁ ରାଜି ହୋଇ ଥିଲେ କିନ୍ତୁ ଆଜି ବି ବହୁ ପାଚିକା ଏଥ‌ିରୁ ବାଦ ପଡ଼ିଛନ୍ତି ।ପୁଣି ଆନ୍ଦୋଳନ ଚାପରେ ୨୦୧୮ ଏପ୍ରିଲରୁ ଓଡ଼ିଶା ସରକାର ପାଚିକା ମାନଙ୍କ ଦରମା ବା ଅନରେ ରିରିୟମ୍ ଟ୨୦୦୦/- କୁ ବଢାଇବାକୁ ରାଜି ହୋଇଥିଲେ। ଏ ବାବଦ ରେ ମଧ୍ୟ ସରକାର ବ୍ଲକ୍ ମାନଙ୍କୁ ଚିଠି କରିଥିଲେ କିନ୍ତୁ ସରକାର ଟ୧୪୦୦/- ଦେଇ ଆସୁଛନ୍ତି ଏବଂ ଆଉ ଟ୬୦୦/- ଏ ପର୍ଯ୍ୟନ୍ତ ପାଇ ନାହାଁନ୍ତି l ଏତଦ୍ ବ୍ୟତୀତ ସ୍କୁଲ ଚାଲିଲାବେଳେ ପାଚିକା ମାନଙ୍କୁ କୌଣସି ସୁବିଧା ହିଁ ମିଳେ ନାହିଁ, ଉପରନ୍ତୁ ଅନ୍ୟାୟ ଭାବେ ସେମାନଙ୍କ ଠାରୁ ବହୁତ କାମ ଆଦାୟ କରାଯାଉଛି ବୋଲି ଅଭିଯୋଗ କରାଯାଇଛି ।ଦାବୀ ଗୁଡିକ ଯଥା ୨୮ ମାସର ବର୍ଧିତ ବକେୟା ପାଇବାକୁ ଥ‌ିବା ବାଦ ପଡ଼ିଥିବା ପାଚିକା ମାନଙ୍କର ନାମର ତାଲିକା ଘୋଷଣା କରି ପାଚିକା ମାନଙ୍କୁ ଜଣାଇ ଦିଆ ଯାଉ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୧୮ ଏପ୍ରିଲ ଠାରୁ ମାସିକ ୨୦୦୦/- ପ୍ରଦାନ କରାଯାଉ, ପ୍ରତି ମାସ ନିୟମିତ ଦରମା ପ୍ରଦାନ କରାଯାଉ, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ପାଚିକା ମାନଙ୍କୁ ଅନ୍ୟାନ୍ୟ କାମରେ ନିୟୋଜିତ କରା ନଯାଉ, ପାଚିକା ମାନଙ୍କୁ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ କରାଯାଉ, ସ୍କୁଲ ବନ୍ଦ,ମିଶ୍ରଣ,୬୦ବର୍ଷ ଓ ପିଲା ସଂଖ୍ୟା କମ୍ ପାଇଁ ବାଦ୍ ପଡ଼ିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ,
ପାଚିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବନିମ୍ନ ମାସିକ ମଜୁରୀ ୨୧୦୦ ଟଙ୍କା ପ୍ରଦାନ କରାଯାଉ, ସରକାରଙ୍କ ଘୋଷିତ ୧୪,୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତ ଅବିଳମ୍ବେ ବାତିଲ କରାଯାଉ, ୬୦ ବର୍ଷ ପରେ ପେନସନ ଯୋଜନା ଲାଗୁ କରାଯାଉ,
ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କର ଯାଉ, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା, ବିମା, ଛୁଟି ନେବାର ବ୍ୟବସ୍ଥା କରାଯାଉ, ଶ୍ରମିକ ବିରୋଧୀ ଶ୍ରମିକ କୋଡ ବାତିଲ କରାଯାଉ।

nis-ad
Leave A Reply

Your email address will not be published.