ଗଟାଙ୍ଗି ଆଶ୍ରମ ବିଦ୍ୟାଳୟରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଗଟାଙ୍ଗି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, ସମ୍ମାନିତ ଅତିଥି ଭାବେ ବନ ଅଧିକାରୀ ଟିକେଶ୍ୱର ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପରେ ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା l ତତ ପରେ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ l ପ୍ରଧାନଶିକ୍ଷକ ଘନଶ୍ୟାମ ପ୍ରଧାନ ବିବରଣୀ ପାଠ କରିଥିଲେ l ସତ୍ୟଜିତ ମହାପାତ୍ର ଓ ହେମନ୍ତ ପାତ୍ର ମଞ୍ଚ ସଂଯୋଜନା କରିଥିଲେ l ଅତିଥିମାନେ ବିଭିନ୍ନ ବିଭାଗର ଯୋଜନା ବିଷୟରେ ଉପସ୍ଥିତ ପ୍ରାୟ ଏକ ଶହ ପଚାଶ ରୁ ଉର୍ଧ୍ଵ ପିତାମାତା ଙ୍କୁ ଅବଗତ କରାଇଥିଲେ l ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ଅମ୍ବିକା ବିଭାର, ପ୍ରଭାସିନୀ ଦିଗାଲ, ତାରାବତୀ ପ୍ରଧାନ ଓ ସେବତୀ ମଲିକଙ୍କ ସଂଯୋଜନା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ଗଟାଙ୍ଗୀର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ୍ୟ କମିଟି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.