ଟ୍ରକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ଅନଶନ…

ଉମରକୋଟ(୨୨/୯) : ଗତ ରାତ୍ର ପ୍ରାୟ ୧୦ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଆଦର୍ଶ୍ୱ ବିଦ୍ୟାଳୟ ନିକଟରେ ଚରେଇଗୁଡ଼ାର ଦୁଇ ଜଣ ଯୁବକ ମହେଶ୍ୱର ଗଣ୍ଡ, ବୟସ ୨୨ ବର୍ଷ, ଏବଂ ଅଜୟ ସୁନା , ବୟସ ୨୧ ବର୍ଷ,ଘରକୁ ଫେରୁ ଥିବାବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ନିଜ ମଟର ସାଇକେଲ ଧରି ଆସୁଥିଲେ | ପଛପଟରୁ OD.16E.0818 ନମ୍ବର ଥିବା ଟ୍ରକ ନୀଳଗିରି କାଠ ବୋଝେଇ କରି ରାଇପୁର ଅଭିମୁଖେ ଯାଉଥିବା ବେଳେ ପଛପଟରୁ ଦ୍ରୁତଗତିରେ ଆସି ଦୁଇ ଯୁବକଙ୍କୁ ଚପାଇବା ସହ ମଟର ସାଇକେଲକୁ ପ୍ରାୟ ୫୦୦ ମିଟର ଘୋଷାରିଆଣିଥିଲା | ଘଟଣା ସ୍ଥଳରେ ୨ ଯୁବକର ମୃତ୍ୟୁ ହୋଇ ଯାଇଅଛି | କିନ୍ତୁ ମଟର ସାଇକେଲଟି ଟ୍ରକ ତଳେ ଚାପି ହୋଇ ରହି ଯାଇଅଛି | ସ୍ଥାନୀୟ ଲୋକ ପାଟି ତୁଣ୍ଡ କରି ଦୌଡି ଆସିବାରୁ ଡ୍ରାଇଭର, ହେଲ୍ପର ଗାଡ଼ି ଛାରୀ ଚମ୍ପଟ ମାରିଛନ୍ତି |

ମୃତ ବ୍ୟକ୍ତିଙ୍କ ଘର ଲୋକ ଖବର ପାଇଁବା ପରେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ଶବକୁ ରଖି ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ | ସକାଳେ ଏହି ଖବର ପୋଲିସ ଶୁଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟ ମାର୍ଟମ କରିବା ପାଇଁ ଡାକ୍ତର ଖାନା ପଠାଇ ଦେଇ ତଦନ୍ତ କରୁଥିଲେ | ଶହ ଶହ ଜନତା ପହଞ୍ଚି ରାସ୍ତାକୁ ସମ୍ପୂର୍ଣ ଅବରୋଧ କରିଥିଲେ, ସମସ୍ତ ଜନତାଙ୍କ କହିବା କଥା ଦୁଇ ମୃତ ବ୍ୟକ୍ତିର କ୍ଷତି ପୂରଣ ସରକାର ନ ଦେବା ପର୍ଯନ୍ତ ଅନଶନ ରୁ ହଟିବୁ ନାହିଁ | ଅପରାହନ୍ନ ୧ ଘ: ସମୟରେ ତହସିଲଦାର, ଏସ. ଡ଼ି. ପି. ଓ, ଏବଂ ଉପ ଜିଲ୍ଲା ପାଳ ପହଞ୍ଚି, ମୃତ ବ୍ୟକ୍ତିର ଅବିଭାବକ ଓ ଜନତାଙ୍କୁ ବୁଝା ସୁଝା କରି ଥିଲେ | ରେଡ କ୍ରୋସ ରୁ ୧୫୦୦୦ ଲେଖାଁଏ, ଗାଡ଼ି ମାଲିକ ଠାରୁ,୧୨୦୦୦୦ ଲେଖାଁଏ ଓ ସରକାର ତରଫରୁ ତିନି ଲକ୍ଷ ଲେଖାଁଏ ଦିଆଯିବ ବୋଲି କହିବାରୁ ଘଟଣା ସ୍ଥଳରୁ ଅନଶନ ହଟିଥିଲା | ଉମରକୋଟ ପୋଲିସ ଏକ ଅପମୃତ୍ୟୁ ମାମଲା 245/23କେସ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି |

nis-ad
Leave A Reply

Your email address will not be published.