ଚିକିଟୀ ବିଜ୍ଞାପିତ ଅଞ୍ଚଳରେ ସ୍ୱଚ୍ଛତା ହିଁ ସେବା ଓ ସ୍ୱଚ୍ଛ ଚର୍ଚ୍ଚା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଓ ସମ୍ମାନୀୟ ଅତିଥି ଭାବେ ସମସ୍ତ କାଉନ୍ସିଲର ଯୋଗ ଦେଇ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ସଫେଇ ମିତ୍ର ଭାବେ କାମ କରୁଥିବା ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ଓ ଅଫିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ଏବଂ ବ୍ରହ୍ମପୁର ସହର ସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ଟେଷ୍ଟ ଟିମ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କ ହିମୋଗ୍ଲୋବିନ, ଡାଇବେଟିସ, ବ୍ଲଡ଼ପ୍ରେସର,ଚକ୍ଷୁ ଚିକିତ୍ସା ଓ ସ୍ବାସ୍ଥ୍ୟଗତ ଚିକିତ୍ସା କରି କର୍ମଚାରୀ ମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ।ଏହି ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ସାଙ୍ଗକୁ ବଡାଖାନ୍ନାର ମଧ୍ୟ ଆୟୋଜନ କରାଯାଇଥିଲା। ସ୍ୱଚ୍ଛ ଚର୍ଚ୍ଚା ଦିବସରେ ପରିଷଦର ସଫେଇ ଉପରେ ସ୍ୱଚ୍ଛ ସାଥୀ, ଜଳ ସାଥୀ ଓ ଏମ ସି ସି କର୍ମଚାରୀଙ୍କ ସହ ଆଲୋଚନା କରି ପରିଷଦର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧ୍ୟକ୍ଷା ଅବଗତ କରାଇବା ସହ ସମସ୍ତ କର୍ମଚାରୀଙ୍କୁ ମାନପତ୍ର ସହ ଉପଢୌକନ ଦେଇ ଉତ୍ସାହୀତ କରିଥିଲେ।ପରିଶେଷରେ ସମସ୍ତ ଡାକ୍ତରୀ ଟିମକୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ।

nis-ad
Leave A Reply

Your email address will not be published.