ଆସିକା ଚିନିଶିଳ୍ପର ଧର୍ମ କାଣ୍ଟା ଅଚଳ ଅଧର୍ମ କାମ ଚାଲିଛି !

ବାହାରକୁ ଯାଉଛି ଅଧିକ ଓଜନ ସାମଗ୍ରୀ..!


ବ୍ରହ୍ମପୁର : ଆସିକା ସମବାୟ ଚିନିଶିଳ୍ପର ଅଧିକାରୀ ଓ ମ୍ୟାନେଜମେଣ୍ଟର ଇଶାରା ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି ବୋଲି ଚର୍ଚ୍ଚା ହେଉଛି। ଚିନିଶିଳ୍ପର ମାପକ(ଓଜନ) ମେସିନ ଦୀର୍ଘ ଏକ ମାସ ହେଲା ଅଚଳ ହୋଇଯାଇଛି । ଏହାର ସୁଯୋଗ ଏବେ କିଛି କର୍ମଚାରି ଓ ଅଧିକାରୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟି ଯାଇଛି । ଚିନିଶିଳ୍ପ ରୁ ବାହାରକୁ ଯାଉଥିବା ବିଭିନ୍ନ ସାମଗ୍ରୀ ଜାଣିଶୁଣି ବିନା ଓଜନ ରେ ବାହାରକୁ ଚାଲାଣ କରାଯାଇ ମୁଠା ମୁଠା ଟଙ୍କା ବାଟମାରଣା ହେଉଥିବା ଧରା ପଡିଛି। ଚଳିତ ମାସ ୧୫ ତାରିଖ ଦିନ ଚିନିଶିଳ୍ପ ରୁ ଟ୍ରକ ନମ୍ବର (ଆରଜେ୧୧ଜିବିବ୪୮୧୬)ଯୋଗେ ଅବ୍ୟହୃତ କାଚ ବୋତଲ ଚାଲାଣ ହେଉଥିଲା। ଏହି ସମୟରେ ଚିନିଶିଳ୍ପ ପରିଚାଳନା ପରିଷଦ ର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ଼ ଅଟକାଇବା ସହ ବାହାରକୁ ନେଇ ଓଜନ କରିଥିଲେ।ଏଥିରେ ପ୍ରକୃତ ଓଜନ ଠାରୁ ପ୍ରାୟ ଦୁଇ କୁଇଣ୍ଟାଲ ଭଙ୍ଗା କାଚ ର ବିଲ କରି ଟ୍ରକଟିକୁ ବାହାରକୁ ଛଡ଼ା ଯାଇଥିଲା। ଉକ୍ତ ଟ୍ରକ କୁ ପୁଣି ଚିନିଶିଳ୍ପ କୁ ଆଣି ତଦନ୍ତ କରିବାକୁ ନିର୍ଦ୍ଧେଶକ ଦାବୀ କରିଛନ୍ତି। ଯେଉଁ ଦିନଠାରୁ ଓଜନ ମେସିନ କାର୍ଯ୍ୟକ୍ଷମ ହେଉ ନାହିଁ ସେହି ଦିନରୁ ଆଜି ପର୍ଯ୍ୟନ୍ତ କେତେ ଟ୍ରକ ରେ ଏମିତି କାରସାଦି କରି ବିଭିନ୍ନ ସାମଗ୍ରୀ ଚାଲାଣ କରାଯାଇଛି। ଏଥିରେ ଯେଉଁ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଅଛନ୍ତି,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ଆସିକା ସମବାୟ ଚିନିଶିଳ୍ପ ରେ ଗତ କିଛିବର୍ଷ ହେଲା ଦୁର୍ନୀତି ଚରମସୀମା ରେ ପହଞ୍ଚିବା କାରଣରୁ ଏହି ଶିଳ୍ପ ଦିନକୁ ଦିନ ରୁଗୁଣ ଅବସ୍ଥାକୁ ଚାଲିଯାଇଛି, ବୋଲି ସମବାୟ ପ୍ରେମୀ ମାନେ ମତ ପ୍ରକାଶ କରୁଛନ୍ତି। “ସାରକାର କା ମାଲ ଦାରିଆ ମେ ଡାଲ” ନୀତି ରେ ଏହି ଚିନିଶିଳ୍ପ ଚାଲିଥିବା ଯୋଗୁଁ ଜିଲ୍ଲାରେ ଥିବା ଏକ ମାତ୍ର ଚିନି କାରଖାନା ବନ୍ଦ ହୋଇଯିବ ପୁଣି ଏଠାକାର କାର୍ଯ୍ୟରତ କର୍ମଚାରୀ ଦାଦନ ଖଟିବାକୁ ବାଧ୍ୟ ହେବେ।ରାଜ୍ୟ ସରକାର ଏହି କାରଖାନା ରେ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ଚିନିଶିଳ୍ପର ଉର୍ଣ୍ଣତି ହେବାସହ ଶ୍ରମିକ ମାନେ ଶ୍ରମ ପାଇ ପାରିବେ ବୋଲି ଦାବୀ ହେଉଛି।

nis-ad
Leave A Reply

Your email address will not be published.