ନିମାପଡ଼ା : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି କୁ ପୁନର୍ଗଠନ କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ରେ ନିମାପଡା ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ତାଙ୍କର ନୂଆ ଟିମ ରେ ଉପସଭାପତି ଭାବେ ନିମାପଡ଼ା ର ଯୁବନେତା ସଞ୍ଜୟ ନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ମନୋନୀତ କରିଛନ୍ତି ।ସଞ୍ଜୟ ନାୟକ କଂଗ୍ରେସର ଯୁବନେତା ଭାବେ ଦୀର୍ଘ ବର୍ଷ ଧରି ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ ଦାଇତ୍ୱ ନିର୍ବାହ କରୁଥିବା ବେଳେ ସେ ସୁଖ ଦୁଃଖ ରେ ସମସ୍ତଙ୍କ ପାଖରେ ରହି ଆସୁଛନ୍ତି ।
ଛାତ୍ରଜୀବନରୁ କଂଗ୍ରେସ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରି ରାଜନୀତି କରିଆସୁଥିବାବେଳେ ବ୍ଲକ ରେ କଂଗ୍ରେସ କର୍ମୀ ମାନଙ୍କ ଓ ଗ୍ରାମାଞଚଳରେ ଲୋକଙ୍କ ସୁଖ ସୁବିଧା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । ଏହି ଖବର ପ୍ରଚାରିତ ହେବାପରେ କଂଗ୍ରେସର ଛାମୁଆ ନେତାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ନିମାପଡା କଂଗ୍ରେସର ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ସଞ୍ଜୟ ନାୟକ କହିବା ସହ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟନାୟକ ଏବଂ ପ୍ରଦେଶ କଂଗ୍ରେସ କମିଟିର ସଭ୍ୟ ଲଲାଟେନ୍ଦୁ ଦାସ ଙ୍କୁ କୃତଗ୍ୟତା ଜ୍ଞାପନ କରିଛନ୍ତି ।