ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ପୌରପାଳିକା ତରଫରୁ ଏକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ କବିତା ମହନ୍ତ ଯୋଗଦାନ କରି ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କାହୁଁ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ରଞ୍ଜନ କୁମାର ସ୍ବାଇଁ ଜିଲ୍ଲା ଯୁବ ରେଡକ୍ରସ୍ ସମ୍ପାଦନା ଯୋଗଦାନ କରି ଆବର୍ଜନା କୁ ପରିଷ୍କାର କରି ଗୋଟିଏ ଜାଗାରେ ଜମା ରଖିବା ପାଇଁ କହିଥିଲେ l ଅପରିଷ୍କାର ରହିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା କୁ ଆଖି ଆଗରେ ରଖି ମାଲକାନଗିରି ପୌରପାଳିକା ସଫେଇ କର୍ମଚାରୀ ସମେତ ଜିଲ୍ଲା ଯୁବ ରେଡକ୍ରସ୍ , ଜାତୀୟ ସେବା ସଂସ୍ଥା ଏବଂ ଏନ.ସି.ସି ସ୍ୱେଚ୍ଛାସେବୀ ଙ୍କ ମିଳିତ ଆନୁକୁଲ୍ୟରେ ପୌରପାଳିକା କାର୍ଯ୍ୟାଳୟ ଠାରୁ ବସ ଷ୍ଟାଣ୍ଡ , ମାଳିକେଶରୀ ମନ୍ଦିର ଏବଂ ମାଲକାନଗିରି ମହାବିଦ୍ୟାଳୟ ନିକଟ ପର୍ଯ୍ୟନ୍ତ ୨୦୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଆବର୍ଜନା ସଫା କରିବା ସହିତ ଅଦରକାରୀ ଗଛକୁ କାଟିବା ଏବଂ ଅପରିଷ୍କାର ଜାଗାରେ ବ୍ରିଚିଂ ପକେଇବା ସହିତ ପ୍ଲାଷ୍ଟିକ ବୋତଲ , ଜରି ଇତ୍ୟାଦିକୁ ଏକାଠି କରିଥିଲେ l ପୌରପାଳିକା ଗାଡ଼ି ଏହି ଆବର୍ଜନା ଗୁଡ଼ିକୁ ଉଠାଇ ଅନ୍ୟତ୍ର ନେଇଯାଇଥିଲେ l ସ୍ୱଚ୍ଛତା ବିଶେଷଜ୍ଞ ଲିଙ୍ଗରାଜ ପାଳ ଯୋଗଦାନ କରି ଆଜିର ଦିବସରେ ତାତ୍ପୟ ବୁଝେଇବା ସହିତ ଏହି କାର୍ଯ୍ୟକ୍ରମକୁ _ ପର୍ଯ୍ୟନ୍ତ ଚାଲୁ ରହିବାକୁ ପରାମର୍ଶ ଦେଇଥିଲେ l ମାଲକାନଗିରି ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର , ପ୍ରେମ୍ ରେଖା ଭୋତ୍ରl , ପ୍ରମୀୟ କୁମାର ମହାନ୍ତି, ଗୌତମ ନାୟକ କଲେଜ ପାଚେରୀ ଏବଂ ସମ୍ମୁଖକୁ ସଫା କରିବା ପାଇଁ ସହାୟତା କରିଥିଲେ l ଆଗାମୀ ଦିନରେ ମାଲକାନଗିରିକୁ ସ୍ୱଚ୍ଛତା ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥାନ୍ତି l ମାଲକାନଗିରି ମହାବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ , ସରକାରୀ ପଲିଟେକନିକ୍ ଏବଂ ସାଧାରଣ ଲୋକ ପୌରପାଳିକାର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ

nis-ad
Leave A Reply

Your email address will not be published.