ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜବ ନୀତି : ଉନ୍ନୟନ ନାମରେ କୋଟି କୋଟି ଟଙ୍କାର ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ ପ୍ରୟାସ…!


ବ୍ରହ୍ମପୁର ୧୮-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୋଟି କୋଟି ଟଙ୍କାର ଦୁର୍ନୀତି ପାଇଁ ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ୧୮ ଗୋଟି ୱାର୍ଡ ରେ ଥିବା କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ପାଇଁ ୩୫ଟି ସ୍ଥାନରେ ପ୍ରାୟ ୫ କୋଟି ରୁ ଉର୍ଦ୍ଧ ଟଙ୍କାର ଟେଣ୍ଡେର ପାଇଁ ସେପ୍ଟେମ୍ବର ୨୧ ତାରିଖ ଶେଷ ତାରିଖ ରହିଛି। ଟେଣ୍ଡେର ରେ ଭାଗ ନେବାପାଇଁ ଇଛୁକ ଥିବା ଠିକାଦାର ମାନଙ୍କୁ ଓଭେରଟେକ କରି ନିର୍ଦ୍ଧିଷ୍ଟ କିଛି ଠିକାଦାର ଙ୍କୁ ଅଧିକାରୀ ସହଯୋଗ କରି ସଲାସୁତୁରା ରେ ଟେଣ୍ଡେର ଫିକ୍ସିଂଙ୍ଗ ଯୋଜନା ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ୱାର୍ଡ ରେ ଥିବା କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ କରିବାର ଅର୍ଥ ସରକାରଙ୍କ କୋଟି କୋଟି ଟଙ୍କା ହଡ଼ପ କରିବା ପାଇଁ ବଡ଼ ବାବୁ ଙ୍କ ଏହି ଯୋଜନାକୁ ଖୋଦ ଗଞ୍ଜାମ ଜିଲ୍ଲାପାଳ ତଦନ୍ତ କରିଲେ ଅସଲ ମୁଖା ଖୋଲିବ ବୋଲି ଅଭିଯୋଗ ହେଉଛି। ତୁରନ୍ତ ଜଣେ ନିରପେକ୍ଷ ଓ ଦକ୍ଷ ଅଧକାରୀଙ୍କୁ ଏହି ଟେଣ୍ଡେର ପ୍ରକ୍ରିୟାରେ ନିଯୁକ୍ତି କରିଲେ ସରକାର ଙ୍କ କୋଟି କୋଟି ଟଙ୍କା ଦୁର୍ନୀତି ହେବା ପୂର୍ବରୁ ବର୍ତ୍ତୀଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଆସିକା ଏକ ବନ୍ୟା ପ୍ରବଣ ଅଞ୍ଚଳ। ଏହି ସହରରେ ୧୮ ଟି ୱାର୍ଡ ରେ କଂକ୍ରିଟ ରୋଡ଼ ଥିବା ବେଳେ ସରକାର ନୂତନ ରାସ୍ତା ନିର୍ମାଣ ପାଇଁ ଏହି ଟଙ୍କା ପ୍ରଦାନ କରିଥିଲେ।କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯନ୍ତ୍ରୀ ଓ କିଛି ବରିଷ୍ଠ ଅଧିକାରୀ ଏହି ଟଙ୍କା କୁ ହଡପ କରିବା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ନୁଆଁ ରୋଡ଼ ପରିବର୍ତେ ଥିବା ରୋଡ଼ ଉପରେ ଫେବର ବିଛାଇ ଲୁଟିବା ର ଯୋଜନା ହୋଇଛି। ନିର୍ଦ୍ଧିଷ୍ଟ ଠିକାଦାର, ଗୁଣ୍ଡା ଶ୍ରେଣୀ ଓ ପଦସ୍ତ ଅଧିକାରୀ ଙ୍କ ସଲାସୁତୁରା ରେ ଏହି ଯୋଜନା ହୋଇଛି। ସରକାର ତୁରନ୍ତ ଏହି ଟେଣ୍ଡର ବନ୍ଦ କରିବା ସହିତ ସଠିକ ସର୍ଭେ କରି ଟେଣ୍ଡର କଲେ ଓ ଫିକ୍ସିଂ କୁ ବନ୍ଦ ଦିଗରେ ପଦକ୍ଷେପ ନେଲେ କୋଟି କୋଟି ଟଙ୍କା ଲୁଟ ହେରଫେର ରୁ ବଞ୍ଚିତ ହେବ ବୋଲି ସହରର ବୁଦ୍ଧିଜୀବୀ ଓ ସାଧାରଣ ଅଭିଯୋଗ ଆଣିଛନ୍ତି…

nis-ad
Leave A Reply

Your email address will not be published.