ବିଦ୍ୟାଳୟ ସୁରକ୍ଷା ସପ୍ତାହ

ଫୁଲବାଣୀ : ଚକାପାଦ ବ୍ଲକର ଶଙ୍କରଖୋଲ ଠାରେ ଅବସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି । ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥ‌ିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବିଦ୍ୟାଳୟ ସୁରକ୍ଷା କମିଟିର ସଭା ଅନୁଷ୍ଟିତ ହେବ ସହିତ ପରିସରରେ ଥିବା ବିପଦପୂର୍ଣ୍ଣ ସ୍ଥାନ ଗୁଡିକ ଚିହ୍ନଟ କରଯାଇଥିଲା । ଦ୍ୱିତୀୟ ଦିବସରେ ଏହି ସମସ୍ତ ବିପଦପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହିତ ଫଟାକାନ୍ଥ ଓ ଛାତର ମରାମତି, ବିଦ୍ୟାଳୟ ପରିସର ସଫେଇ, ସରୀସୃପ ମାନଙ୍କର ବାସସ୍ଥାନ ଯଥା ସାପଗାତ, ଉଈ ହୁଙ୍କା କୁ ନଷ୍ଟ କରଯାଇଥିଲା, ଦହନଶୀଳ ପଦାର୍ଥ ଏବଂ ବିଷକ୍ତ ପଦାର୍ଥ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖା ଯାଇଥିଲା । ତୃତୀୟ ଦିବସରେ ଅଗ୍ନି ନିର୍ବାପନ ଜନ୍ତ୍ରର ବ୍ୟବହାର , ପରିଶ୍ରଗାରର ପରିସ୍କାର ପରିଛନ୍ନତା, ସ୍ବଚ୍ଚ ପାନୀୟ ଜଳର ବ୍ୟବହାର ସମ୍ବଦ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଚତୁର୍ଥ ଦିବସରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରହିବାର କୌଶଳ ସମ୍ବଦ୍ଧରେ ସଚେତନ କରାଯିବା ସହିତ ପ୍ରାଥମିକ ଚିକିତ୍ସା ଉପରେ ଆଲୋଚନା କରଯାଇଥିଲା । ଏହା ସହିତ ସୁରକ୍ଷା ସମ୍ବଦ୍ଧିୟ ସପଥପାଠ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କରଯାଇଥିଲା । ଏହି ସପ୍ତାହ ପାଳନ ଦ୍ବାରା ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ ବୋଲି ମତ ରଖିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ । ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟୋଜନ କରାଯାଇଥିଲା ।

nis-ad
Leave A Reply

Your email address will not be published.