୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପି ସାଂସଦ ଅପରାଜିତା

ମାଲକାନଗିରି(୧୫/୦୯) ମାଲକାନଗିରି ଜିଲ୍ଲାର ନିଜ ଗ୍ରସ୍ତ ଅବସରରେ ୨୩ବର୍ଷର ବିଜେଡ଼ି ଶାସନ ବିରୋଧରେ ଗର୍ଜିଲେ ବିଜେପିସାଂସଦ ଅପରାଜିତା । ଜିଲ୍ଲାର ଶତକଡ଼ା ୭୫ ପ୍ରତିଶତ ଶ୍ରମିକ, ଚାଷୀ ହୋଇଥିବା ବେଳେ ରୋଜଗାର ଅଭାବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଯାଉଛନ୍ତି ମାଲକାନଗିରି ବାସିନ୍ଦା । ଯଦି ଜିଲ୍ଲାରେ ଛୋଟ ଛୋଟ ଉଦ୍ୟୋଗ ହୋଇଥାନ୍ତା,ତାହାହେଲେ ସେମାନେ ବାହାରକୁ ଯାଇ ନଥାନ୍ତେ ବୋଲି ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଜିଲ୍ଲାର ୭ ଟି ବ୍ଲକ ମଧ୍ୟରୁ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନର ସୁବିଧା ନ ଥିବା ବେଳେ ଅନ୍ୟ ବ୍ଲକର ଅବସ୍ଥା ଖରାପ ରହିଛି । ଜଳସେଚନର ସୁବିଧା ଥିଲେ ଚାଷୀମାନେ ବର୍ଷକୁ ୩ ରୁ ୪ ଟା ଫସଲ କରିପାରିଥାନ୍ତେ । ବି.ଇଡି କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ହ୍ୟୁମେନ ଡେଭଲପମେଂଟ ଇଣ୍ଡେକ୍ସରେ ମାଲକାନଗିରି ଜିଲ୍ଲା ରାଜ୍ୟର ୨୯ କିମ୍ବା ୩୦ ନମ୍ବରରେ ରହିଛି ।

ଗତ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଜିଲ୍ଲାର ମହିଳାଙ୍କ ସାକ୍ଷରତା ହାର ଶତକଡ଼ା ୬ ପ୍ରତିଶତରୁ ଉର୍ଦ୍ଧ ନାହିଁ । ଜିଲ୍ଲାରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଓ କୁପୋଷଣ ହାର ଅଧିକ ରହିଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଛି । ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହଛି ବୋଲି ମାଲକାନଗିରି ଡି.ଏନ.କେ ଖେଳ ପଡ଼ିଆଠାରେ ମାଲକାନଗିରି ବିକାଶ ପରିଷଦର ଏକ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିିଛନ୍ତି । ଏଥିସହ ଭୁବନେଶ୍ୱରରେ ତାମିଲନାଡ଼ୁର ଜଣେ ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବରଦଖଲ କରି ୩୦୦ ଏକର ଜମିରେ ପାଣି ବନ୍ଦ କରିଛନ୍ତି । ଯଦି ସେଠାରେ ଏଭଳି ଅବସ୍ଥା ତାହା ହେଲେ ମାଲକାନଗିରିରେ ଏଭଳି ଜବରଦଖଲ କେତେ ଥିବ ବୋଲି ପ୍ରଶ୍ନ କରି ମୂଖ୍ୟମନ୍ତ୍ରୀ ଧ୍ରୂତରାଷ୍ଟ ନ ହୁଅନ୍ତୁ ଓ ରାଜଧର୍ମ ପାଳନ କରି ତାଙ୍କ ଆଖ ପାଖ ଅଂଚଳରେ କଣ ହେଉଛି ଦେଖନ୍ତୁ ବୋଲି ସେ କହିଛନ୍ତି । ଏହି ସଭାକୁ ମାଲକାନଗିରି ବିକାଶ ପରିଷଦର ଆବାହକ ଇ.ପ୍ରସାଦ ରାଓ ନେତୃତ୍ଵ ନେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି,ସାମାଜିକ କର୍ମୀ ଏରା ପଡ଼ିଆମୀ, ବିଜେପିର ବରିଷ୍ଠ ନେତା ଗୁରୁଚରଣ ମହାନ୍ତି , ଆମ ପରିବାରର ଆବାହକ ଜୀବନ ସାହୁ, ଆମ ପରିବାରର ଆବାହକ ମନ୍ମଥ ମଲ୍ଲିକ, ରାଜ୍ୟ ଆବାହକ ନିଶିକାନ୍ତ ନାୟକ, ସଂଯୋଜକ ରଶ୍ମି ରଞ୍ଜନ ଲେଙ୍କା, କୋରାପୁଟ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ବିଜୟ ମିଶ୍ର,ବି ଶ୍ରୀନିବାସ ପାତ୍ର,ବିଜୟ କୁମାର ମାଝୀ, ମନୋଜ କୁମାର ପାଢ଼ୀଙ୍କ ସମେତ ବହୁ ସାମାଜିକ କର୍ମି ଯୋଗ ଦେଇଥିଲେ । ଏ ଅବସରରେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ କ୍ଷୁଦ୍ର ଜମାକାରୀ ସଂଘ ଦ୍ୱାରା ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏଥିପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଏକ ବିରାଟ ପଦଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ଡି.ଏନ.କେ ଖେଳ ପଡ଼ିଆଠାରେ ପହଂଚିଥିଲା ।

nis-ad
Leave A Reply

Your email address will not be published.