ଗାଡିରେ ମେଡିକାଲ ଯାଉଥିବା ଗର୍ଭଵତୀ ମହିଳାଙ୍କର ବାଟରେ ମୃତ୍ୟୁ


ରାଜନଗର(୧୫/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତର ଭଞ୍ଜପ୍ରସାଦ ଗ୍ରାମର ନିତାଇ ଗିରିଙ୍କ ସ୍ତ୍ରୀ ଶସ୍ମିତା ଗିରି ଆଜି ଭୋର ସମୟରେ ଝାଡା ଯାଇ ପୋଖରୀରେ ଶୌଚ ସମୟରେ ବୁଡିଯାଇଥିଲେ । ସ୍ତ୍ରୀ ଶସ୍ମୀତାଙ୍କର ଫେରିବା ବିଳମ୍ଵ ହେବାରୁ ସ୍ବାମି ନିତାଇ ଓ ତାଙ୍କ ଶଳା ଶାଶୁ ମିଶି ଖୋଜିବାକୁ ଯାଇଥିଲେ। ନିକଟସ୍ଥ ପୋଖରି ତୁଠ ନିକଟରେ ଟର୍ଚ୍ଚ ଲାଇଟି ଦେଖି ପୋଖରିରେ ଖୋଜା ଖୋଜି କରିଵା ପରେ ସଶ୍ମିତାକୁ ପାଇଥିଲେ। ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେବାକୁ ଡାଙ୍ଗମାଳରେ ଥିବା ଆମ୍ବୁଲାନ୍ସ ଖରାପ ଥିବାରୁ ରାଜନଗର ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଅପନ୍ତରା ରାସ୍ତାଯୋଗୁ ପହଁଚିବା ବିଳମ୍ବ ହେଵ ବୋଲି ଖବର ପାଇଲେ। ଶେଷରେ ଏକ ଘରୋଇ ଗାଡିରେ ନେଉଥିବା ବେଳେ ହଂସିଣା ନିକଟରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା।

ଯଦି ତାଳଚୁଆ ରାସ୍ତା ମରଣ ଯନ୍ତା ପାଲଟି ନଥିଲେ, ହୁଏତ ରାଜନଗର ସିଏଚସିରେ ଶିଘ୍ର ପହଁଚି ଚିକିତ୍ସା ଦ୍ବାରା ଶସ୍ମିତା ମରଣ ମୁଖରୁ ବଞ୍ଚି ପାରିଥାନ୍ତା ଵୋଲି ସାଧାରଣରେ ଆଲୋଚନା ହେଉଛି | ତାଳଚୁଆ ମେରାଇନ ଥାନା ଅଧିକାରି ଅପମୃତ୍ୟୁ କେଶ ନଂ ୧୦/୦୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ଵୋଲି ଥାନାଅଧିକାରିଣୀ ସସ୍ମିତା ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ମୃତ ଶସ୍ମିତା ଗିରି ଗର୍ଭଵତୀ ଥିଲେ ସାଧ ଖୋଇବାକୁ ମା ଆସିଥିଲେ| ସାଧ ଖୋଇବା ବଦଳରେ ଝିଅର ମୃତ ଦେହ ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ମାଆ |

nis-ad
Leave A Reply

Your email address will not be published.