5-T କାମର ବକେୟା ଟଙ୍କା ନ ମିଳିବାରୁ ସ୍କୁଲ ଗେଟରେ ତାଲା ପକାଇଲେ ଠିକାଦାର ମାନେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡା ସ୍ଥିତ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ମଧ୍ଯ ସହ ସହ ପିଲା ଆଜି ଗେଟ ବାହାରେ ସୂଚନା ଯୋଗ୍ୟ ଗତ ଦୁଇ ବର୍ଷ ତଳେ ଶ୍ରୀ ଦେବୀ 5ଟି ସ୍କୁଲ ର ରୂପାନ୍ତରିତ ପାଇଁ ଠିକାଦାର ନିୟୋଜିତ ହୋଇଥିଲେ ଠିକାଦାର ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଦେଇଥିଲେ ମଧ୍ୟ ତାଙ୍କୁ 2ବର୍ଷ ହେବ ବିଲ କରିଦେବା ବାହାନାରେ ଅଫିସ କୁ ବାରମ୍ବାର ଡକାଇ ତାତ୍ସଲ୍ୟ କରୁଥିବାର ଠିକାଦାର ତାଙ୍କ ଅଭିଭାଷଣରେ କହିଥିଲେ ଏବଂ ଯେଉଁ ପର୍ଯ୍ୟନ୍ତ ବିଲ୍ ର କୌଣସି ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ତାଲା ଖୋଲା ଯିବ ନାହିଁ ବୋଲି ମଧ୍ୟ ତାଙ୍କ ଅଭିଭାଷଣରେ ଜଣାଇଥିଲେ ।ଏହିପରି ସ୍ମାର୍ଟ ସ୍କୁଲ ପିଲାମାନେ 3 ଘଣ୍ଟା ଅପେକ୍ଷା କରିବା ପରେ ଏବିଡିଓ ଘଟଣା ସ୍ଥଳରେ ପହଞ୍ଚି ୧୦ ଦିନ ଭିତରେ ବକେୟା ବିଲ ପାସ କରାଯାଇ ପେମେଣ୍ଟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଠିକାଦାର ମାନେ ସ୍କୁଲ ତାଲା ଖୋଲିବା ପରେ ପିଲାମାନେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ l

nis-ad
Leave A Reply

Your email address will not be published.