ବାଲିଗୁଡା: ଲଘୁଚାପ ଜନିତ ବର୍ଷା, ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି, ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷା ଜଳ

ବାଲିଗୁଡା : ବୁଧବାର ସନ୍ଧ୍ୟାରୁ ଅଦ୍ୟାବଧି ସୁଦ୍ଧା ଲଗାଣ ବର୍ଷାରେ ବେହାଲ ସମଗ୍ର ବାଲିଗୁଡା ଉପଖଣ୍ଡ ଅଞ୍ଚଳ । ବାଲିଗୁଡ଼ା ଅଞ୍ଚଳରେ ଥିବା ଖଡ଼ଗ ନଦୀ, ରାହୁଳ ନଦୀ, ଆପ୍ରା ନାଳ ଭଳି ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷା ଜଳ । ଫଳରେ ଜନଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷାରେ ବାଲିଗୁଡ଼ାର ସିତାପଡ଼ି ଠାରେ ଏକ ବଡ଼ ବରଗଛ ଉପୁଡ଼ି ପଡିଥିବା ବେଳେ ବାରଖମା ଠାରୁ ସଲାଗୁଡ଼ା ଯିବା ରାସ୍ତାରେ ରାସ୍ତା ଉପରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ବର୍ଷା ଜଳ । ଅନ୍ୟପଟେ ଅଭ୍ୟନ୍ତରୀଣ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ସହ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ସେହି ଭଳି ଫିରିଙ୍ଗିଆ ବ୍ଲକ କାସୀନି ପଦର ପଞ୍ଚାୟତ ରେ ଥିବା ଶଶୀପଦର ଡ୍ୟାମ୍ ରେ ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ବିପଦ ସଙ୍କୁଳ ଅବସ୍ଥା ରେ ରହିଛି l ଏବେ ଶଶୀପଦର ଗ୍ରାମ ବାସୀ ଭୟଭୀତ ରେ ଅଛନ୍ତି l ଏଭଳି ଲଗାଣ ବର୍ଷା ଲାଗି ରହିଲେ ଡ୍ୟାମ୍ ଭାଙ୍ଗି ବହୁ ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି l

nis-ad
Leave A Reply

Your email address will not be published.